ଭିଣୋଇ ର ଏସିବ୍ ଆକ୍ରମଣ ରେ ଶଳା ଗୁରୁତର, ଅଭିଯୁକ୍ତ ଭିଣୋଇ କୋର୍ଟ ଚାଲାଣ।ଗତ ରାକ୍ଷୀ ପୂର୍ଣ୍ଣିମା ତିଥି ରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଭଉଣୀ ପାଖକୁ ରାକ୍ଷୀ ବାନ୍ଧିବାକୁ ଆସି ଶଳା ଚକାଡୋଳା ଆଚାରୀ ଭିଣୋଇ ଉଦୟନାଥ ର ଏସିବ୍ ଆକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ଆକ୍ରମଣକାରୀ ଭିଣୋଇ ବିରୋଧରେ ଥାନାରେ ଏତଲା ଦେବା ପରେ ପୋଲିସ ଟାଉନ୍ ଥାନା ଅନ୍ତର୍ଗତ ବିଷ୍ଣୁ ନଗର ରେ ଚଢାଉ କରି ଉଦୟନାଥ ଆଚାରୀ ଉଠାଇ ଆଣି ଥାନାରେ ଜେରା କରିବା ପରେ ତାଠାରୁ ଏକ ଏସିବ୍ କାଚ ଓ ଚକାଡୋଳା ର ପୋଡ଼ି ଯାଇଥିବା ପୋଷାକ ଜବତ୍ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ପୁର୍ବ ଶତୃତା କୁ ନେଇ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି।
ଭିଣୋଇ ର ଏସିବ୍ ଆକ୍ରମଣ ରେ ଶଳା ଗୁରୁତର
