ବାବୁପାଲି ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣାରେ ସୁଗର ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।
ସୋନପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାବେ ବାବୁପାଲି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୌଦାମିନୀ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ୧୫୧ ଜଣକଂର ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ୨୯ ଜଣ ଚକ୍ଷୁ ଅପରେସନ ପାଇଁ ତ୍ରିଲୋଚନ ନେତ୍ରାଲୟ ସଂବଲପୁର ର ପଠାଯାଇଥିଲା, ୭୮ ଜଣଙ୍କୁ ମାଗଣାରେ ଚାଳିଶିୟା ଚଷମା ବଣ୍ଟନ କରାଯାଇଥିଲା। ୧୦୦ ଜଣଙ୍କୁ ସୁଗର ପରୀକ୍ଷା କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ, ବାବୁପାଲି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅମୃତ କୁଟୁମ୍ ର ଉପସଭାପତି ରୁଦ୍ର ନାରାୟଣ ସାହୁ, ଅମୃତ କୁଟୁମ୍ ର ଉପଦେଷ୍ଟା ଉତ୍ପନ୍ନ କୁମାର ଭୋଇ, ଜନ୍ମଜୟ ମିଶ୍ର, ସଭାପତି ଆନଂଦ ସୁନା ସଂପାଦକ ଭୀଷ୍ମ ସିଂ ଛନ୍ଦ,ସକ୍ରିୟ ସଦସ୍ଯ ଗୋପି ମେହେର, ପ୍ରହଲ୍ଲାଦ ମେହେର, ସରୋଜ ପଶାୟତ, ଘନଶ୍ୟାମ ପତି, ଶଶୀ ପାଣିଗ୍ରାହୀ, କରୁଣା କର କର୍ମୀ। ବାବୁପାଲି ଗ୍ରାମ ର ଯୁବ ଗୋଷ୍ଠୀ ବାସୁଦେବ ପଧାନ, ବଂଶୀଧର ବେହେରା, ସୌମୀତ୍ରି ପଧାନ, ଲଲିତ ସାହୁ, ଧନେଶ୍ୱର ସାହୁ, ଅଭିଶେକ ବଡପଣ୍ଡା, ଚନ୍ଦ୍ର କୁମାର ବଡପଣ୍ଡା, ଅକ୍ଷୟ ପଧାନ, ନିମାଇଁ ପଧାନ, ସନାତନ ପଧାନ, ହାଡୁ ପୋଢ, ପ୍ରସଶ୍ନ ବଡପଣ୍ଡା ଓ ଗ୍ରାମବାସୀ ସହଯୋଗ କରିଥିଲେ। ପରିଶେଷରେ ରୁଦ୍ର ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
