କୁନ୍ଦୁଲୀସ୍ଥିତ ଗୁରୁକୁଳ ଆଶ୍ରମରେ ଉପନୟନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

କୁନ୍ଦୁଲୀସ୍ଥିତ ଗୁରୁକୁଳ ଆଶ୍ରମରେ ଉପନୟନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

କୁନ୍ଦୁଲୀସ୍ଥିତ ଗୁରୁକୁଳ ଆଶ୍ରମରେ ଉପନୟନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

ସେମିଳିଗୁଡା.ତାରିଖ ୩୦,୮,୨୦୨୬,ସେମିଳିଗୁଡା ବ୍ଳକ ଅନ୍ତର୍ଗତ କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମରେ ବିଦ୍ୟାର୍ଥିମାନଙ୍କର ଉପନୟନ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁରାମ ମାଛ ,ମୂଖ୍ଯ ବକ୍ତା ଭାବରେ ଟିଟିଲାଗଡର ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଶିବ ପ୍ରସାଦ ବେହେରା,ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ବିଜେପି ରାଜ୍ଯ ସଂପାଦିକା ପୂର୍ଣିମା ନାୟକ, ଆଶ୍ରମ ପରିଚାଳନା ସମିତିର ସଭାପତି ଆନନ୍ଦ କୁମାର ପାଟୱାନିଆ,ଅତିରିକ୍ତ ଉପ ଜିଲ୍ଲାପାଳ ଶରତ ମାଝୀ,ଉପ ସଭାପତି ସୁନୀଲ ଅଗ୍ରୱାଲ, ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସମାଜ ସେବୀ ସ୍ନିଗ୍ଧାରାଣୀ ମିଶ୍ର ,ଶ୍ରୀମତୀ ପାଟୱାନିଆ, ଡକ୍ଟର ଉମା ପାତ୍ର, ଗଣେଶ ପାଣିଗ୍ରାହୀ,ଅସୀତ ପାଢୀ ଯୋଗଦେଇ ବ୍ରହ୍ମଚାରୀମାନଙ୍କୁ ଆଶୀର୍ବାଦ ବଚନ ଦେଇ ଦକ୍ଷିଣା ପ୍ରଦାନ କରିଥିଲେ। ଆଶ୍ରମର ଆଚାର୍ଯ୍ଯ ବିନୟ କୁମାର ବୈଦିକ ଓ ଆଚାର୍ଯ୍ଯ ମନୁଦେବ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମିତିର କୋଷାଧ୍ୟକ୍ଷ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ ମଂଚ ପରିଚାଳନା କରିଥିଲେ। ଉପନୟନ କାର୍ଯ୍ଯ ଓ ସଭାକାର୍ଯ୍ୟ ସରିବାପରେ ଅନ୍ତେବାସୀ ବିଦ୍ୟାର୍ଥିମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇ ଥିଲା।ଏହି ଆଶ୍ରମ ସନାତନ ଧର୍ମ ଓ ବୈଦିକ ସଂସ୍କୃତିର ଏକ ଅଭ୍ୟୁତଥାନ ସ୍ଥଳ ବୋଲି ସମସ୍ତେ ମତପ୍ରକାଶ କରିଥିଲେ।