*ବାତ୍ୟା ଆଶଙ୍କା ସମୟରେ VBGRAM G କାମକୁ ନେଇ ଉଠିଲା ପ୍ରଶ୍ନ, ମାଛମରା ପଞ୍ଚାୟତରେ ୬୫ ଜଣଙ୍କ ଉପସ୍ଥାନ ନେଇ ସନ୍ଦେହ*
ଗଜପତି,୨୦.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ବାତ୍ୟା ଆଶଙ୍କାକୁ ନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ଓ ସଚେତନ ରହିବା ସହ ଅତ୍ୟାବଶ୍ୟକ କାରଣ ନଥିଲେ ଘରୁ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରି ଏକ ସମ୍ବେଦନଶୀଳ ସମୟରେ ଗୋଷାଣୀ ବ୍ଲକ୍ର ମାଛମରା ପଞ୍ଚାୟତରେ ମନରେଗା କାମକୁ ନେଇ ଏକ ଗୁରୁତର ପ୍ରଶ୍ନ ଉଠିଛି।ସରକାରୀ ତଥ୍ୟ ଅନୁସାରେ,୧୮, ୧୯ ଓ ୨୦ ନଭେମ୍ବର ୨୦୨୬ ତାରିଖରେ ମାଛମରା ପଞ୍ଚାୟତରେ MGNREGS ଯୋଜନାରେ ଶ୍ରମିକମାନେ କାମ କରିଥିବା ଦର୍ଶାଯାଇଛି। ବିଶେଷକରି ୨୦ ତାରିଖରେ ୬୫ ଜଣ ଶ୍ରମିକ କାମ କରିଥିବା ସରକାରୀ ରେକର୍ଡରେ ଉଲ୍ଲେଖ ରହିଛି।
କିନ୍ତୁ ଆଜି ବାସ୍ତବ ସ୍ଥିତି ଅନୁଧ୍ୟାନ ସମୟରେ କାର୍ଯ୍ୟସ୍ଥଳରେ କୌଣସି ଶ୍ରମିକ କାମ କରୁଥିବା ଦେଖିବାକୁ ମିଳିନଥିବା ଅଭିଯୋଗ ହୋଇଛି। ଯଦି ସରକାରୀ ରେକର୍ଡରେ ୬୫ ଜଣ ଶ୍ରମିକ କାମ କରିଥିବା ଦର୍ଶାଯାଇଛି, ତେବେ ବାତ୍ୟା ଆଶଙ୍କା ମଧ୍ୟରେ କିପରି ଓ କେଉଁଠାରେ ଏହି କାମ ହୋଇଥିଲା, ତାହା ଏବେ ବଡ଼ ପ୍ରଶ୍ନ। ଅଏହି ଘଟଣା ସମ୍ପର୍କରେ ପିଓଙ୍କୁ ପଚାରିବାରୁ ସେ ନିଜେ କାର୍ଯ୍ୟସ୍ଥଳକୁ ଯାଇନଥିବା କହିଥିବା ବେଳେ ଅନ୍ୟପଟେ ମେଟ୍ କାମ ହୋଇଥିବା ଦାବି କରିଛନ୍ତି। ଏହି ଦୁଇ ଅଧିକାରୀଙ୍କ ବକ୍ତବ୍ୟରେ ତାଳମେଳ ନଥିବାରୁ ଘଟଣାକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ଅନ୍ୟ ପଟେ ଶ୍ରମିକ ଙ୍କୁ ପଚାରିଲେ ସେ ୩୦,୪୦ ଜଣ କାମ କରିବା କହିଛନ୍ତି।
ତେବେ ଆଜି ବାସ୍ତବ ରେ କାମ କରିବା ସ୍ଥାନରେ କେହି କାମ ନ କରିଥିବା ଦେଖିବାକୁ ମିଳିଛି । ଏଠାରେ ସନ୍ଦେହ ହେଉଛି କାମ ନକରି କେବଳ ଫଟୋ ଉଠାଇ ସରକାରୀ ବିଲ୍ ପ୍ରସ୍ତୁତ କରାଯାଉଛି କି? ଯଦି ଏପରି ହୋଇଛି, ତେବେ ଏଥିପାଇଁ ଦାୟୀ କିଏ? ଏହାର ସତ୍ୟତା ଜାଣିବା ପାଇଁ ମଷ୍ଟର ରୋଲ୍, ଉପସ୍ଥାନ ରେକର୍ଡ, ଜିଓ-ଟ୍ୟାଗ୍ ଫଟୋ ଓ କାର୍ଯ୍ୟର ବାସ୍ତବ ସ୍ଥିତିର ନିରପେକ୍ଷ ତଦନ୍ତ ଆବଶ୍ୟକ ରହିଥିବା ବେଳେ ଗୋଷାଣୀ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ କରିବେ ବୋଲି କହିଛନ୍ତି।ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ସହ ଅନିୟମିତତା ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।
