ସୁନାବେଡ଼ା ସହରରେ ଆବର୍ଜନା ସଂଗ୍ରହ ପାଇଁ ଉପଭୋକ୍ତା ଶୁଳ୍କ ଧାର୍ଯ୍ୟ, ଘରୁ ୩୦ ଓ ଦୋକାନରୁ ୫୦ ଟଙ୍କା
ସୁନାବେଡ଼ା: ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଉତ୍ତମ ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସୁନାବେଡ଼ା ପୌର ପରିଷଦ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି।
ଜାରି ବିଜ୍ଞପ୍ତି ଅନୁଯାୟୀ, ଘରୋଇ ଆବର୍ଜନା ସଂଗ୍ରହ ବାବଦକୁ ପ୍ରତି ଘର ପିଛା ମାସିକ ୩୦ ଟଙ୍କା ଏବଂ ପ୍ରତି ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପିଛା ମାସିକ ୫୦ ଟଙ୍କା ଉପଭୋକ୍ତା ଶୁଳ୍କ ଧାର୍ଯ୍ୟ କରାଯାଇଛି।ସହରରେ ନିୟମିତ ଆବର୍ଜନା ସଂଗ୍ରହ, ପରିମଳ ବ୍ୟବସ୍ଥାର ଉନ୍ନତି ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି।
ଏକ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ସୁନାବେଡ଼ା ଗଠନ ପାଇଁ ପୌର ପରିଷଦ ପକ୍ଷରୁ ସମସ୍ତ ସହରବାସୀଙ୍କ ସହଯୋଗ କାମନା କରାଯାଇଛି।ସ୍ୱଚ୍ଛତା ଆମ ସମସ୍ତଙ୍କ ଦାୟିତ୍ୱ।
The Information Media | କୋରାପୁଟ
