ବାତ୍ୟା ଅକୱାନ ପରେ ୭ ଘଣ୍ଟାରେ ୯୯% ବିଦ୍ୟୁତ ସେବା ସ୍ୱାଭାବିକ କଲା ଟିପିଏସ୍ଓଡିଏଲ୍ ,
ବ୍ରହ୍ମପୁର: ନଭେମ୍ବର ୨୦: ବାତ୍ୟା ଅକୱାନର ପ୍ରଭାବ ପରେ ମାତ୍ର ୭ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୯୯ ପ୍ରତିଶତ ବିଦ୍ୟୁତ ସେବା ପୁନରୁଦ୍ଧାର କରିଛି ଟିପିଏସ୍ଓଡିଏଲ୍। କମ୍ପାନୀ ପକ୍ଷରୁ ୧୦ ଲକ୍ଷ ୬୯ ହଜାରରୁ ଅଧିକ ଗ୍ରାହକଙ୍କୁ ପୁନର୍ବାର ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି।ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହୋଇଥିଲା।
ଏହାର ମୁକାବିଲା ପାଇଁ ୬,୫୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ପୁନଃସଂଯୋଗ କାର୍ଯ୍ୟ କରିଥିଲେ।କମ୍ପାନୀ ପକ୍ଷରୁ ସମସ୍ତ ୩୩ କେଭି ଫିଡର୍, ୩୩/୧୧ କେଭି ସବ୍ଷ୍ଟେସନ୍ ଓ ପାୱାର ଟ୍ରାନ୍ସଫର୍ମରରେ ବିଦ୍ୟୁତ ସେବା ସ୍ୱାଭାବିକ କରାଯାଇଛି। ଜିଲ୍ଲାୱାରୀ ଭାବେ ମାଲକାନଗିରିରେ ୧୦୦%, କୋରାପୁଟରେ ୯୯.୫୩% ଏବଂ ଗଞ୍ଜାମରେ ୯୯.୭୬% ବିଦ୍ୟୁତ ସେବା ପୁନରୁଦ୍ଧାର ହୋଇଛି।ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ ଓ କ୍ଷେତ୍ରସ୍ତରୀୟ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି।
ବାତ୍ୟା ପରେ ଦ୍ରୁତ ବିଦ୍ୟୁତ ପୁନରୁଦ୍ଧାର ଟିପିଏସ୍ଓଡିଏଲ୍ର ପୂର୍ବ ପ୍ରସ୍ତୁତି ଓ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସକୁ ପ୍ରତିଫଳିତ କରିଛି।
