ମହେନ୍ଦ୍ରଗିରିରେ ରାଜ୍ୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଏମଟିବି ସାଇକ୍ଲିଂ ଚାମ୍ପିୟନଶିପ୍ ଉଦଯାପିତ।

ମହେନ୍ଦ୍ରଗିରିରେ ରାଜ୍ୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଏମଟିବି ସାଇକ୍ଲିଂ ଚାମ୍ପିୟନଶିପ୍ ଉଦଯାପିତ।

*ମହେନ୍ଦ୍ରଗିରିରେ ରାଜ୍ୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଏମଟିବି ସାଇକ୍ଲିଂ ଚାମ୍ପିୟନଶିପ୍ ଉଦଯାପିତ।*

ଗଜପତି,୮.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ମହେନ୍ଦ୍ରଗିରିର ମନୋରମ ପରିବେଶରେ ଆୟୋଜିତ ରାଜ୍ୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଏମଟିବି ସାଇକ୍ଲିଂ ଚାମ୍ପିୟନଶିପ୍ ଉଦଯାପିତ ହୋଇଯାଇଛି।ମହିଳାମାନଙ୍କ ମଧ୍ୟରେ ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ କରିବା ଏବଂ କ୍ରୀଡ଼ା ମାଧ୍ୟମରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଏହି ଚାମ୍ପିୟନଶିପ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଯୁବ ମହିଳା ସାଇକ୍ଲିଷ୍ଟ ଏହି ଆୟୋଜନରେ ଅଂଶଗ୍ରହଣ କରିଥିଲେ। ଗଜପତି ଜିଲ୍ଲାର ଦୁର୍ଗମ ଓ ଗ୍ରାମୀଣ ଅଞ୍ଚଳର ଶିଶୁମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କୁ ପ୍ରେରଣା ଦେବା ପାଇଁ ନିକଟସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଏହି ଚାମ୍ପିୟନଶିପ୍ ଦେଖିବାର ସୁଯୋଗ ପ୍ରଦାନ କରାଯାଇଥିଲା। ଏହା ମାଧ୍ୟମରେ ଗ୍ରାମାଞ୍ଚଳର ଅନେକ ଶିଶୁ ପ୍ରଥମଥର ପାଇଁ ଏପରି ଏକ ବଡ଼ କ୍ରୀଡ଼ା ଆୟୋଜନକୁ ଦେଖିବା ସହ ସାଇକ୍ଲିଂ ପ୍ରତି ଆକୃଷ୍ଟ ହୋଇଥିଲେ।ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟାଙ୍କ ପ୍ରେରଣା ଓ ପରିକଳ୍ପନାରେ ଆରମ୍ଭ ହୋଇଥିବା ଅସ୍ମିତା ଖେଲୋ ଇଣ୍ଡିଆ ଲିଗ୍‌ର ମୁଖ୍ୟ ଉଦ୍ଦେଶ୍ୟ ବିଶେଷକରି ମହିଳା ଓ ଶିଶୁମାନଙ୍କୁ ତୃଣମୂଳସ୍ତରରୁ କ୍ରୀଡ଼ା କ୍ଷେତ୍ରରେ ଯୋଡ଼ିବର ପ୍ରୟାସ ଏହି ଆୟୋଜନ ମାଧ୍ୟମରେ ମହେନ୍ଦ୍ରଗିରି ଭଳି ଦୁର୍ଗମ ଅଞ୍ଚଳରେ ମଧ୍ୟ ହୋଇପାରିଛି।ଏହି ଚାମ୍ପିୟନଶିପ୍‌କୁ ସଫଳ କରିବାରେ କଇଁପୁର ଓ ବେଲପଦର ଅଞ୍ଚଳର ସ୍ଥାନୀୟ ଜନସାଧାରଣଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ସ୍ଥାନୀୟ ଜନସାଧାରଣ ଆୟୋଜନକୁ ନିଜର କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ସେମାନଙ୍କର ସହଯୋଗ ଓ ଆତିଥ୍ୟ ଏହି ଚାମ୍ପିୟନଶିପ୍‌କୁ ଅଧିକ ସଫଳ ଓ ସ୍ମରଣୀୟ କରିଥିଲା।ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଏହି ଆୟୋଜନରେ ସହଯୋଗ କରିଥିବା ଗଜପତି ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ଚିକିତ୍ସା ଓ ମେଡିକାଲ୍ ଟିମ୍, ବିଭିନ୍ନ ସରକାରୀ ବିଭାଗ, ସ୍ଥାନୀୟ ଗ୍ରାମବାସୀ, ସ୍ୱେଚ୍ଛାସେବୀ ଏବଂ ସମସ୍ତ ସହଯୋଗୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରାଯାଇଛି।ସେହିପରି ଏହି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ସମସ୍ତ ସାଇକ୍ଲିଷ୍ଟ, କୋଚ୍, ମ୍ୟାନେଜର, ଟେକ୍ନିକାଲ୍ ଅଫିସିଆଲ୍, କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀଙ୍କୁ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି।