Posts Carousel

Uncategorized

ୟୁଜିସି ନୂତନ ନିୟମାବଳୀକୁ ବିରୋଧ,ରାୟଗଡା ବ୍ରାହ୍ମଣ ସମାଜ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର l

ୟୁଜିସି ନୂତନ ନିୟମାବଳୀକୁ ବିରୋଧ,ରାୟଗଡା ବ୍ରାହ୍ମଣ ସମାଜ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର l ରାୟଗଡା ( info media) ୟୁଜିସି ର ନୂତନ ନିୟମାବଳୀକୁ ନେଇ ବଢ଼ିଲା…

ଆଦିବାସୀ ଶିକ୍ଷାର ବିକାଶ ଦିଗରେ ନୂଆ ପଦକ୍ଷେପ, ରାୟଗଡ଼ ଜିଲ୍ଲା ପାଇଁ ୧୭୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ
Odisha News

ଆଦିବାସୀ ଶିକ୍ଷାର ବିକାଶ ଦିଗରେ ନୂଆ ପଦକ୍ଷେପ, ରାୟଗଡ଼ ଜିଲ୍ଲା ପାଇଁ ୧୭୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ରାଷ୍ଟ୍ରଦୀପ ପ୍ରଚାର ସମିତିର ମୋ ସ୍ବପ୍ନର ଭାରତ ଚିତ୍ରସେବା ପ୍ରତିଯୋଗିତା
Odisha News

ରାଷ୍ଟ୍ରଦୀପ ପ୍ରଚାର ସମିତିର ମୋ ସ୍ବପ୍ନର ଭାରତ ଚିତ୍ରସେବା ପ୍ରତିଯୋଗିତା

ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିଦ୍ୟୁତ୍ ପୁନଃସ୍ଥାପନ କାର୍ଯ୍ୟର ସମୀକ୍ଷା କଲେ ଟିପିଏସ୍ଓଡିଏଲ୍ ସିଇଓଆସିକା, ଶେରଗଡ଼ ଓ ସାନଖେମୁଣ୍ଡିରେ ସ୍ଥିତି ଅନୁଧ୍ୟାନ; ଶୀଘ୍ର ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ
Odisha News

ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିଦ୍ୟୁତ୍ ପୁନଃସ୍ଥାପନ କାର୍ଯ୍ୟର ସମୀକ୍ଷା କଲେ ଟିପିଏସ୍ଓଡିଏଲ୍ ସିଇଓଆସିକା, ଶେରଗଡ଼ ଓ ସାନଖେମୁଣ୍ଡିରେ ସ୍ଥିତି ଅନୁଧ୍ୟାନ; ଶୀଘ୍ର ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ

ଗଞ୍ଜାମ ଜିଲ୍ଲା ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବୁଗୁଡ଼ା : ତା ୦୯/୦୯/୨୬ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଭଗବାନ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଯୋଗ ଦେଇଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ , ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏ ଅବସରରେ ନବାଗତ ଛାତ୍ରଛାତ୍ରୀମାନେ ସ୍ବ ସ୍ବ ପରିଚୟ ପ୍ରଦାନ କରିଥିଲେ ଏବଂ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କୁ ଉପହାର ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥି ସହ ସ୍ବବିଭାଗୀୟ ନୀତିନିୟମ ଓ ମହାବିଦ୍ୟାଳୟର ଅନୁଶାସନ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ଅଧ୍ଯକ୍ଷ, ଅତିଥିଗଣ ଏବଂ ବିଭାଗୀୟ ଅଧ୍ଯାପକବୃନ୍ଦ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ମମତା ନାୟକ ଅତିଥି ପରିଚୟ ଏବଂ ପୁଷ୍ପିତା ସେଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ ସେମିନାର ସେକ୍ରେଟାରୀ ଗିତାଞ୍ଜଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ