*ଜିଲ୍ଲାରେ ୨୧ ତାରିଖରୁ ଖୋଲିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର* ।
ଗଜପତି,୨୦.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ବନ୍ଦ ରହିଥିବା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ୨୧ ନଭେମ୍ବର ୨୦୨୬ ଠାରୁ ପୁନର୍ବାର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ୨୦ ନଭେମ୍ବର ୨୦୨୬ ତାରିଖରେ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି।
ଆଦେଶ ନଂ. ୬୭୫୮ ଅନୁଯାୟୀ, ବାତ୍ୟା ‘ଅକ୍ୱାନ’ ଯୋଗୁଁ ୧୮ ନଭେମ୍ବରର ଆଦେଶ ନଂ. ୬୬୮୯ ମାଧ୍ୟମରେ ବନ୍ଦ ରଖାଯାଇଥିବା ଜିଲ୍ଲାର ସମସ୍ତ ପ୍ରକାର ବିଦ୍ୟାଳୟ ୨୧ ନଭେମ୍ବରରୁ ପୁନଃ ଖୋଲିବ। ଏହା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ବେଳେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀଙ୍କ ପକ୍ଷରୁ ଜାରି ଆଦେଶ ନଂ. ୩୦୫୧/ଏସ୍ଡବ୍ଲ୍ୟୁ ଅନୁଯାୟୀ, ଗଜପତି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨୧ ନଭେମ୍ବରଠାରୁ ଖୋଲା ରହିବ ଏବଂ ପ୍ରାକ୍ ବିଦ୍ୟାଳୟର ସମସ୍ତ କାର୍ଯ୍ୟକଳାପ ପୂର୍ବଭଳି ଚାଲୁ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି।
