ହତ୍ୟା ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ଆଦେଶ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ କମାନୀଳନାକ୍ଷୀ ପୁର ଗ୍ରାମରେ ଗତ ୨୦୧୩ ମସିହାରେ ଘଟିଥିବା ହତ୍ୟାକାଣ୍ଡ ର ଵିଚାରଣା କରି ମାନ୍ୟବର ଛତ୍ରପୁର ଅତିରିକ୍ତ ଜିଲ୍ଲାଜଜ୍ ଅଭିଯୁକ୍ତ ଶିବ ନାୟକକୁ ଆଜୀବନ କାରାଦଣ୍ଡ ଆଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ୧୪ ଅଗଷ୍ଟ ୨୦୧୩ ମସିହାରେ ମୃତ୍ କାଳୁ ପ୍ରଧାନ ନିଜ ଶ୍ବଶୁର ଘରେ ଥିବା ବେଳେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଶିବ ନାୟକ, ଦେବରାଜ ପ୍ରଧାନ, ଶମ୍ଭୁନାଥ ପ୍ରଧାନ ଓ ନରସିଂହ ପ୍ରଧାନ ପ୍ରମୁଖ ବିଭିନ୍ନ ମାରଣାସ୍ତ୍ର ଧରି ସଂଘବଦ୍ଧଭାବେ କାଳୁ ବେହେରା ଉପରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ କୁମାରୀ ବେହେରା ତା ପରଦିନ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ଶିବ ପ୍ରଧାନ କୁ ଉଠାଇ ଆଣି ଥାନାରେ ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବର୍ତ୍ତମାନ ସୁଦ୍ଧା ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଉକ୍ତ ମାମଲାରେ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ଅଦାଲତ ଦଣ୍ଡ ଶୁଣାଇଛନ୍ତି।
