ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର ଦ୍ୱିତୀୟ ଦିନରେ ୩୧ୟୁନିଟ ରକ୍ତ ସଂଗୃହୀତ

ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର ଦ୍ୱିତୀୟ ଦିନରେ ୩୧ୟୁନିଟ ରକ୍ତ ସଂଗୃହୀତ

ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର ଦ୍ୱିତୀୟ ଦିନରେ ୩୧ୟୁନିଟ ରକ୍ତ ସଂଗୃହୀତ… ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୨-୦୫-୨୦୨୬ରିଖ (ଶନି ବାର)ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ଦ୍ୱିତୀୟ ଦିନରେ ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ନବଦାନ୍ୟ ଫୁଡ୍ ପ୍ରଡକ୍ଟ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ନବଦାନ୍ୟ ଫୁଡ୍ ପ୍ରଡକ୍ଟ ର ମାଲିକ ନାରାୟଣ କାଂସଲ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ସଚି ପଣ୍ଡା, ସମ୍ପାଦକ ଲୋକନାଥ ସାହୁ ଓ ଅନ୍ୟ ସଦସ୍ୟ ସଦସ୍ୟା ଙ୍କ ସହ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।