ସ୍ୱାମୀ ଓମାନନ୍ଦ ବୈଦିକ ଗୁରୁକୁଳ ଆଶ୍ରମରେ ଉପନୟନ ଓ ବେଦାରମ୍ଭ ସଂସ୍କାର

ସ୍ୱାମୀ ଓମାନନ୍ଦ ବୈଦିକ ଗୁରୁକୁଳ ଆଶ୍ରମରେ ଉପନୟନ ଓ ବେଦାରମ୍ଭ ସଂସ୍କାର

*ସ୍ୱାମୀ ଓମାନନ୍ଦ ବୈଦିକ ଗୁରୁକୁଳ ଆଶ୍ରମରେ ଉପନୟନ ଓ ବେଦାରମ୍ଭ ସଂସ୍କାର*

କନ୍ଧମାଳ: ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା କୁଡ଼ୁତୁଲି କ. ନୂଆଗାଁ ସ୍ଥିତ ସ୍ୱାମୀ ଓମାନନ୍ଦ ବୈଦିକ ଗୁରୁକୁଳ ଆଶ୍ରମରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଗୁରୁବାର କନ୍ୟା ସଂକ୍ରାନ୍ତି ଅବସରରେ ୩୩ ଜଣ ହରିଜନ, ଗିରିଜନ ବ୍ରହ୍ମଚାରୀ ମାନଙ୍କର ବୈଦିକ ରୀତିରେ ଉପନୟନ ଓ ବେଦାରମ୍ଭ ସଂସ୍କାର ଅନୁଷ୍ଠିତ ହୋଇଥିଲା। ଏହି ବୈଦିକ କାର୍ଯ୍ୟକୁ ଗୁରୁକୁଳ ଆମସେନାର ଆଚାର୍ଯ୍ୟ କୋମଳ କୁମାର ଜୀ, ନାଗାଲାଣ୍ଡରୁ ଆସିଥିବା ଆଚାର୍ଯ୍ୟ ଅମିତ ଶାସ୍ତ୍ରୀ ଜୀ, ଅନୁଷ୍ଠାନର ସଂଚାଳକ ମୃତ୍ୟୁଞ୍ଜୟ ଶାସ୍ତ୍ରୀଙ୍କ ସାନିଧ୍ୟ ତଥା ବୈଦିକ ପ୍ରବକ୍ତା ପଣ୍ଡିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀ ଓ ଭୁବନେଶ୍ୱର ଆର୍ଯ୍ୟସମାଜର କୋଷାଧ୍ୟକ୍ଷ ଶ୍ରୀ ସୁନିଲ କୁମାର ଦେଙ୍କ ପୌରହିତ୍ୟରେ ଉପନୟନ ଓ ବେଦାରମ୍ଭ ସଂସ୍କାର ସମ୍ପନ୍ନ ହୋଇଥିଲା। ଅନୁଷ୍ଠାନର ସଭାପତି ଶ୍ରୀ ଦ୍ଵାରକାନାଥ ପ୍ରଧାନ ଓ ଧର୍ମପତ୍ନୀ ଉଭୟ ଯଜମାନ ଆସନ ଅଳଙ୍କୃତ କରିଥିଲେ।ଯଜ୍ଞ ପରେ ଅନୁଷ୍ଠିତ ଉପଦେଶ ସଭାରେ ସ୍ଥାନୀୟ ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର, ସ୍ଥାନୀୟ ତହସିଲଦାର ଶ୍ରୀ ସମୀର କୁମାର ପାଇକରାୟ ଅନୁଷ୍ଠାନର ଉନ୍ନତି ନିମନ୍ତେ ନିଜର ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ବ୍ରହ୍ମଚାରୀ ମାନେ ଦେଶର ଭବିଷ୍ୟତ ତେଣୁ ସେମାନଙ୍କ ନିମନ୍ତେ ଯଥା ଯୋଗ୍ୟ ବ୍ୟବସ୍ଥା ଆବଶ୍ୟକ ବୋଲି ମତ ଦେଇଥିଲେ। କ. ନୂଆଗାଁ ବିଡିଓ ସୁଶ୍ରୀ ଶୁଭ୍ରାଞ୍ଜଳୀ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, କନ୍ଧମାଳ ଜିଲ୍ଲା ଆର୍ଯ୍ୟସମାଜ ସଭାପତି ଶ୍ରୀ ଆଜୀବନ ମଳିକ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ପାତ୍ର, ରାଇକିଆ ବୈଦିକ ସତସଙ୍ଗ ଆଶ୍ରମ ସଭାପତି ଶ୍ରୀ ଓମ୍ ପ୍ରକାଶ ବେହେରା, ସ୍ଥାନୀୟ ସରପଞ୍ଚ ଶ୍ରୀ ଚନ୍ଦ୍ର ମଳିକ, ଶ୍ରୀ କେଦାରନାଥ ପ୍ରଧାନ, ବେଦ ଶ୍ରଦ୍ଧାଳୁ ଓ ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଗଙ୍ଗା ସାହୁ ତଥା ସ୍ଥାନୀୟ ବୁଦ୍ଧିଜୀବୀ ଜନସାଧାରଣ, ଆବାଳ ବୃଦ୍ଧବନିତା ଉପସ୍ଥିତ ରହି ବ୍ରହ୍ମଚାରୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମରେ ସମସ୍ତ ସହଯୋଗ କରିଥିଲେ।