ଆତଙ୍କବାଦୀଙ୍କୁ ଆଶ୍ରୟ ଓ ଲଜିଷ୍ଟିକ୍ ସହାୟତା ଅଭିଯୋଗ: ୩ ଗିରଫଜେରା ପରେ ଅସ୍ତ୍ରଶସ୍ତ୍ର ଜବତ,
ନେଟୱାର୍କର ଅଧିକ ତଦନ୍ତ ଜାରିରିଆସି ଅଞ୍ଚଳରେ ଆତଙ୍କବାଦୀଙ୍କୁ ଆଶ୍ରୟ ଓ ଲଜିଷ୍ଟିକ୍ ସହାୟତା ଯୋଗାଇବା ଅଭିଯୋଗରେ ତିନିଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସର ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ଆତଙ୍କବାଦୀଙ୍କୁ ଗୁପ୍ତ ଆଶ୍ରୟ ଦେବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସହାୟତା କରୁଥିବା ଅଭିଯୋଗ ରହିଛି।ତଦନ୍ତରୁ ଆହୁରି ଜଣାପଡ଼ିଥିବା ପୁଲିସ କହିଛି ଯେ, ୨୦୨୩ ମସିହାରେ ରିଆସି ଜିଲ୍ଲାର ଚାସାନା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିବା ଜଣେ ଆତଙ୍କବାଦୀଙ୍କୁ ମଧ୍ୟ ଏହି ତିନିଜଣ ଆଶ୍ରୟ ଓ ସହାୟତା ଦେଇଥିଲେ।ପୁଲିସର ଦାବି ଅନୁଯାୟୀ, ରଜୌରୀ-ରିଆସି ଜିଲ୍ଲା ଏବଂ ପୀର ପଞ୍ଜାଲ ଅଞ୍ଚଳ ଦେଇ ଶୋପିଆନ୍ ଦିଗକୁ ଯାଉଥିବା କିଛି ଆତଙ୍କବାଦୀ ଗୋଷ୍ଠୀକୁ ମଧ୍ୟ ଅଭିଯୁକ୍ତମାନେ ଲଜିଷ୍ଟିକ୍ ସହାୟତା ଯୋଗାଇଥିବା ଅଭିଯୋଗ ହୋଇଛି।ଗିରଫ ପରେ ଅଭିଯୁକ୍ତମାନଙ୍କୁ ଜେରା କରାଯାଇଥିଲା। ସେମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଗୋଟିଏ ପିସ୍ତୋଲ, ମାଗାଜିନ୍, ଗୁଳିଗୋଳା ଏବଂ ଦୁଇଟି ଚୀନ୍ ନିର୍ମିତ ଗ୍ରେନେଡ୍ ଜବତ କରିଥିବା ସୂଚନା ମିଳିଛି।ଏହି ମାମଲାରେ ଆତଙ୍କବାଦୀ ସହାୟତା ନେଟୱାର୍କର ସମ୍ପୃକ୍ତି ଓ ପରିସର ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
