ନିଭିଶାର ଜନ୍ମ ଦିନରେ ରକ୍ତଦାନ ଶିବିର.

ନିଭିଶାର ଜନ୍ମ ଦିନରେ ରକ୍ତଦାନ ଶିବିର.

ନିଭିଶାର ଜନ୍ମ ଦିନରେ ରକ୍ତଦାନ ଶିବିର.

ସେମିଳିଗୁଡା ତାରିଖ,୩।୫ .୨୬, ବିଶ୍ଵ ସାମ୍ୱାଦିକ ଦିବସରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ନଳିନୀ କାନ୍ତ ସେନାପତି ତାଙ୍କ ନାତୁଣୀ ନିଭିଶାର ଜନ୍ମ ଦିନ ପାଳନ ପାଇଁ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ରବିବାର ମlଥାଲପୁଟ ଫକୀର ମୋହନ ଷ୍ଟ୍ରିଟ୍ ସ୍ଥିତ ନିଜ ବାସଭବନରେ ଏହି ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ନାତୁଣୀ ନିଭିଶା ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରକ୍ତ ଭଣ୍ଡାରର କର୍ମଚାରୀ, ଏଫବିଡିଓଓର ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ଏବଂ ସ୍ୱେଚ୍ଛାସେବୀ ରକ୍ତଦାତାଙ୍କ ଗହଣରେ କେକ୍ କାଟି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ବ୍ୟୋମୋକେଶ ପାତ୍ର ପ୍ରଥମ ରକ୍ତଦାନ କରିଥିଲେ । ଓଡ଼ିଶା ରକ୍ତଦାତା ମହାସଂଘ ଏବଂ ଓଡ଼ିଶା ବ୍ଲଡ଼ ସେଣ୍ଟର୍ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କୋରାପୁଟ ରକ୍ତ ଭଣ୍ଡାର କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରୁ ମୋଟ ୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରରେ ବହୁ ସ୍ୱେଚ୍ଛାସେବୀ ପ୍ରଥମ ରକ୍ତଦାନ କରିଥିଲେ। ଏହି ଶିବିରରେ ରକ୍ତଦାତା ମାନଙ୍କ ପାଇଁ ଆକର୍ଷଣୀୟ ଉପହାର ସହିତ ସେଲଫି ପଏଣ୍ଟର ବ୍ୟବସ୍ଥା କରାଯାଇ ଥିଲା। ସୂଚନା ଯୋଗ୍ୟ କି ଡଃ ନରେଶ ଚନ୍ଦ୍ର ସାହୁ ଏଥିରେ ତାଙ୍କର ୧୦୧ତମ ରକ୍ତଦାନ କରିଥିଲେ ଏବଂ ଡଃ ନିରୋଦ କୁମାର ପ୍ରଧାନ, ଟି ଗୁଡ୍ଡୁ ଦୋରା, ରଞ୍ଜିତ ଶବର, ଜୁମେଶ ଛାଟୋଇ, ସୁବାସ ଜେନା, ଶିବ ଶଙ୍କର ସାହୁ, ନର୍ମଦା ଜେନା, ଭବାନୀ ଶଙ୍କର ହୋତା ଓ ନିଭିଶାର ବାପା ସୌମ୍ୟ କାନ୍ତ ସେନାପତି ପ୍ରମୁଖ ୩୪ଜଣ ରକ୍ତଦାନ କରିଥିଲେ। ଏହି ଶିବିରରେ ଡଃ ଚିତ୍ତ ରଞ୍ଜନ ମିଶ୍ର, ସ୍ନିଗ୍ଧାରାଣୀ ମିଶ୍ର, ଡଃ ରମେଶ ଚନ୍ଦ୍ର ଦାଶ, ନରସିଂହ ବ୍ରହ୍ମା, କେ ନୀଳମାଧବ ପାତ୍ର, କାମେଶ୍ୱରୀ ପାତ୍ର ପ୍ରମୁଖ ଶିବିରରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ବ୍ଲଡ ସେଣ୍ଟରର ଡାକ୍ତର ମଧୁସୂଦନ ବଳିଆର ସିଂ, ଗଜେନ୍ଦ୍ର ନାୟକ, ଦିବ୍ୟ ରଞ୍ଜନ ମହନ୍ତ,ରଘୁନାଥ ଗଣ୍ଡ, ସୁଶୀଳା ଶବର ରକ୍ତ ସଂଗ୍ରହ କରିଥିବା ବେଳେ ଅଜିତ କୁମାର ଗୌଡ଼, ରବୀନ୍ଦ୍ର ମିଶ୍ର ସହଯୋଗ କରିଥିଲେ।