ମୋହନା ରେ ଭୀମ ଆର୍ମି ପକ୍ଷରୁ ଜିଲ୍ଲା ସ୍ତରୀୟ ୭୭ତମ ସମ୍ବିଧାନ ଦିବସ ଧୁମ୍ଧାମ୍ରେ ପାଳିତ ।
ଗଜପତି,26.11(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ମୋହନା ବ୍ଲକର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୭ ତମ ସମ୍ବିଧାନ ଦିବସ। ଗଜପତି ଜିଲ୍ଲା ସଭାପତି ଆନସଲା ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇ, ମୋହନାସ୍ଥିତ ହିଲଟପ କଲେଜ ଛକଠାରୁ ବାଜା ବାଜଣା,ଓ ଡାକଯନ୍ତ୍ର ସହିତ ନାରାବାଜି ଏବଂ ନାଚିନାଚି ସହର ପରିକ୍ରମା ସହ ମୋହନା ଖେଳ ପଡିଆରେ ପହଞ୍ଚିଥିଲେ। ବିରାଟ ଓ ସାଜ ସଜା ମଧ୍ୟରେ ଆୟୋଜିତ ସଭାସ୍ଥଳରେ ପହଞ୍ଚି ରାଜ୍ୟ ସଭାପତି ଜୀବନ ଭୋଇ,ରାଜ୍ୟ ପ୍ରଭାରୀ ନିହାର ରଞ୍ଜନ ସାମଲ,ପୁରୀ ଜିଲ୍ଲା ସଭାପତି ପ୍ରଶାନ୍ତ ବେହେରା, ଗଜପତି ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ଆଞ୍ଚଳିକ ବୁଦ୍ଧିଜୀବୀ ଙ୍କୁ ସମ୍ବର୍ଦ୍ଦନା ସହ ମଞ୍ଚାସୀନ କରାଇଥିଲେ। ଅମ୍ବେଦକରଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟ ପ୍ରଦାନ ପରେ କାର୍ଯ୍ୟକ୍ରମ ରେ ସମ୍ବିଧାନ ଶପଥ ପାଠ ସହ ଅତିଥିଗଣ ନିଜନିଜର ଅବିଭାଷଣ ରଖିଥିଲେ। ଗଜପତି ଜିଲ୍ଲାରେ ଭୀମ ଆର୍ମୀର କାର୍ଯ୍ୟକଳାପକୁ ରାଜ୍ୟ କମିଟି ପ୍ରଶଂସା କରିବା ସହ ସଭାପତିଙ୍କୁ ମାନପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଭୀମ ଆର୍ମୀର ଗଜପତି ଜିଲ୍ଲା ସଭାପତି ଆନସଲା ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ କିଛି ଖଳ ପ୍ରକୃତି ଲୋକ ଉଦ୍ୟମ କରିଥିଲେ କିନ୍ତୁ ସମ୍ବିଧାନର ଶକ୍ତି ଓ ଆଦର୍ଶ ଯୋଗୁଁ ଏହି ଆୟୋଜନ ସଫଳ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିବା ସହ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି। ଶେଷରେ ସେ ‘ଜୟ ଭୀମ, ଜୟ ଭାରତ, ଜୟ ସମ୍ବିଧାନ’ ନାରା ଦେଇଥିଲେ।
