ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ନାଗପଡ଼ା ଗ୍ରାମ ଜୟଭୀମ ଉନ୍ନୟନ ପରିଷଦର ସମ୍ବିଧାନ ଦିବସ ପାଳନ

ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ନାଗପଡ଼ା ଗ୍ରାମ ଜୟଭୀମ ଉନ୍ନୟନ ପରିଷଦର ସମ୍ବିଧାନ ଦିବସ ପାଳନ

*ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ନାଗପଡ଼ା ଗ୍ରାମ ଜୟଭୀମ ଉନ୍ନୟନ ପରିଷଦର ସମ୍ବିଧାନ ଦିବସ ପାଳନ*

ବରଗଡ ୨୭,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ଅଧୀନ ନାଗପଡ଼ା ଗ୍ରାମର ଜୟଭୀମ ଉନ୍ନୟନ ପରିଷଦ ନାଗପଡ଼ା ଆନୁକୂଲ୍ୟରେ ୨୬/୧୧ ସମ୍ବିଧାନ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡୋଲାମଣି କନ୍ଧେର, ସଭାପତି ସରୋଜ କନ୍ଧେର, ସମ୍ମାନିତ ଅତିଥି ଲେକୁରୁ କୁମ୍ଭାର, ଓକିଲ ଦୀପ, ମେଘନାଦ କନ୍ଧେର ଓ ଗ୍ରାମର ଶିକ୍ଷକ ରାଜେନ୍ଦ୍ର ମହାକୁର ଓ ସାମାଜିକ କର୍ମୀ ନିରଞ୍ଜନ ପାଣ୍ଡେ ଉପସ୍ଥିତ ଥିଲେ । ସଭା ପରିଚାଳନା ସୀତାରାମ କନ୍ଧେର କରିଥିବା ବେଳେ, ମୁଖ୍ୟ ପ୍ରବଚକ ମାଷ୍ଟର ଜଗଦ ବୌଦ୍ଧ ସମ୍ବିଧାନ ସଚେତନତା ଉପରେ ଲୋକଙ୍କୁ ଅବଗତ ସହ ତା ଉପରେ ପ୍ରବଚନ ଦେଇଥିଲେ ଓ କୁନି କୁନି ପିଲାମାନେ ବାବାସାହେବ ଆମ୍ବେଦକରଙ୍କ ଜୀବନୀ ଗାଥା ଉପରେ ନୃତ୍ୟ ପରିବେଷଣ କରିଥିଲେ ।

ସଭା ଶେଷରେ ଜୟନ୍ତ କନ୍ଧେର ଦନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜୟଭୀମ ଉନ୍ନୟନ ପରିଷଦ ନାଗପଡ଼ାର ସକ୍ରିୟ କର୍ମୀ ବିନୋଜ କୁମାର କନ୍ଧେର, ନାମ କନ୍ଧେର, ଚିତ୍ତରଞ୍ଜନ ଦୀପଙ୍କ ସହ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।