ଗଞ୍ଜାମ ଜିଲ୍ଲା ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ : ବୁଗୁଡ଼ା ବ୍ଲକରେ ୮ଟି ଏ-୧ , ସୋରୋଡ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଲକ୍ ଟପ୍ପର

ଗଞ୍ଜାମ ଜିଲ୍ଲା ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ : ବୁଗୁଡ଼ା ବ୍ଲକରେ ୮ଟି ଏ-୧ , ସୋରୋଡ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଲକ୍ ଟପ୍ପର

ଗଞ୍ଜାମ ଜିଲ୍ଲା ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ : ବୁଗୁଡ଼ା ବ୍ଲକରେ ୮ଟି ଏ-୧ , ସୋରୋଡ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଲକ୍ ଟପ୍ପର

ବୁଗୁଡ଼ା : ତା ୦୨/୦୫/୨୬ : ପ୍ରକାଶିତ ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରଛାତ୍ରୀ ଉତ୍ସାହିତ ଥିବା ଜଣାପଡ଼ିଛି । ଏଥର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ୟରୁ ୬ଟି ହାଇସ୍କୁଲର ୮ ଜଣ ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ବ୍ଲକର ସୋରୋଡ ଗ୍ରାମସ୍ଥ ଶ୍ରୀ ବାଲୁଙ୍କେଶ୍ଵର ହାଇସ୍କୁଲର ମେଧାବୀ ଛାତ୍ରୀ ନିବେଦିତା ବେହେରା ସର୍ବାଧିକ ୫୬୩ ମାର୍କ ପ୍ରାପ୍ତ କରି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ସେହିପରି ବାଲିପଦର ହାଇସ୍କୁଲର ଛାତ୍ର ତରୁଣ ପାତ୍ର ୫୫୧ , ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ଛାତ୍ର ସଙ୍ଗମ ସେଠୀ ୫୪୭ , ବି.କରଡ଼ାବାଡ଼ି ହାଇସ୍କୁଲର ଛାତ୍ର ସାଇ ପ୍ରସାଦ ଗୌଡ ୫୪୬ , ସୋରୋଡ ହାଇସ୍କୁଲର କୋମଲ ବେହେରା ୫୪୫ ଓ ବିରଞ୍ଚିପୁର ହାଇସ୍କୁଲର ଛାତ୍ର ମାନସ ରଞ୍ଜନ ହୋତା ୫୪୫, ଖରିଡା ହାଇସ୍କୁଲର ଛାତ୍ରୀ ଚିନ୍ମୟୀ ହୋତା ୫୪୪ ଓ ବାଲିପଦର ହାଇସ୍କୁଲର ଛାତ୍ରୀ ଇପ୍ସିତା ଦାସ ୫୪୦ ମାର୍କ ହାସଲ ପୂର୍ବକ ଏ-୧ରେ ଉତ୍ତୀର୍ଣ ହୋଇ ସ୍ବ ସ୍ବ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ତେବେ ଛାତ୍ରୀ ନିବେଦିତା ବେହେରା ସର୍ବାଧିକ ୯୩.୮୩ ପ୍ରତିଶତ ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ହୋଇଥିବାରୁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ,ଚଳିତ ବର୍ଷ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୧୦ଟି କେନ୍ଦ୍ରରେ ମୋଟ ୧୮୧୯ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟଜିଲ୍ଲା ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ : ବୁଗୁଡ଼ା ବ୍ଲକରେ ୮ଟି ଏ-୧ , ସୋରୋଡ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଲକ୍ ଟପ୍ପର.

ବୁଗୁଡ଼ା : ତା ୦୨/୦୫/୨୬ : ପ୍ରକାଶିତ ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରଛାତ୍ରୀ ଉତ୍ସାହିତ ଥିବା ଜଣାପଡ଼ିଛି । ଏଥର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ୟରୁ ୬ଟି ହାଇସ୍କୁଲର ୮ ଜଣ ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ବ୍ଲକର ସୋରୋଡ ଗ୍ରାମସ୍ଥ ଶ୍ରୀ ବାଲୁଙ୍କେଶ୍ଵର ହାଇସ୍କୁଲର ମେଧାବୀ ଛାତ୍ରୀ ନିବେଦିତା ବେହେରା ସର୍ବାଧିକ ୫୬୩ ମାର୍କ ପ୍ରାପ୍ତ କରି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ସେହିପରି ବାଲିପଦର ହାଇସ୍କୁଲର ଛାତ୍ର ତରୁଣ ପାତ୍ର ୫୫୧ , ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ଛାତ୍ର ସଙ୍ଗମ ସେଠୀ ୫୪୭ , ବି.କରଡ଼ାବାଡ଼ି ହାଇସ୍କୁଲର ଛାତ୍ର ସାଇ ପ୍ରସାଦ ଗୌଡ ୫୪୬ , ସୋରୋଡ ହାଇସ୍କୁଲର କୋମଲ ବେହେରା ୫୪୫ ଓ ବିରଞ୍ଚିପୁର ହାଇସ୍କୁଲର ଛାତ୍ର ମାନସ ରଞ୍ଜନ ହୋତା ୫୪୫, ଖରିଡା ହାଇସ୍କୁଲର ଛାତ୍ରୀ ଚିନ୍ମୟୀ ହୋତା ୫୪୪ ଓ ବାଲିପଦର ହାଇସ୍କୁଲର ଛାତ୍ରୀ ଇପ୍ସିତା ଦାସ ୫୪୦ ମାର୍କ ହାସଲ ପୂର୍ବକ ଏ-୧ରେ ଉତ୍ତୀର୍ଣ ହୋଇ ସ୍ବ ସ୍ବ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ତେବେ ଛାତ୍ରୀ ନିବେଦିତା ବେହେରା ସର୍ବାଧିକ ୯୩.୮୩ ପ୍ରତିଶତ ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ହୋଇଥିବାରୁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ,ଚଳିତ ବର୍ଷ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୧୦ଟି କେନ୍ଦ୍ରରେ ମୋଟ ୧୮୧୯ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ