ଟିକାବାଲିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୬ ଧୂମଧାମ ରେ ଅନୁଷ୍ଠିତ

ଟିକାବାଲିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୬ ଧୂମଧାମ ରେ ଅନୁଷ୍ଠିତ

ଟିକାବାଲିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୬ ଧୂମଧାମ ରେ ଅନୁଷ୍ଠିତ

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ହାଇସ୍କୁଲ ଖେଳ ପଡ଼ିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଡଃ ଅସିମ କୁମାର ପାତ୍ର ଙ୍କ ତ୍ବତବଧାନରେ ୨୦୨୬ ବହୁତ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନୋଗୋବିନ୍ଦ ପ୍ରଧାନ ଯୋଗ ଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ।ଏହି ଅବସରରେ ଉପସ୍ଥିତ ଥିଲେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ , ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲୀପ କୁମାର କହଁର, ସିଡ଼ିପିଓ ସୁନିତା ରାଣୀ ଦାସ୍ , ରାଜ୍ୟ ଅନୂସୁଚିତ ଜାତି ମର୍ଚ୍ଚା ଉପସଭାପତି ରାମ ବିଶି ଦିଗାଲ, ସମେତ ସାଂସଦ ପ୍ରତିନିଧି ଲିଙ୍ଗରାଜ ନାୟକ , ଗୋଲକ ବିହାରୀ ନାୟକ , ବିଧାୟକ ପ୍ରତିନିଧି ସାରଙ୍ଗଧର କହଁର , ଏବଂ ବଡ଼ି ମୁଣ୍ଡା ସରପଞ୍ଚ ବଦନ ପ୍ରଧାନ, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲ୍ଲିକ, କଇଁଝର ସରପଞ୍ଚ ରୁନିତା କହଁର, ବୁର୍ବିନାଜୁ ସରପଞ୍ଚ ସଲିମା ପ୍ରଧାନ, ଗଦଗୁଡା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମରେ ଟିକାବାଲି ପଞ୍ଚାୟତର ଲତା ପ୍ରଧାନ ଙ୍କୁ କାମଧେନୁ ଯୋଜନାରେ ପ୍ରଛାୟନ ବାବଦରେ ୨୦୦୦ ଟଙ୍କା , ଦଗୁଡା ଗ୍ରାମ ପଞ୍ଚାୟତର ଦିବ୍ୟ ଭୁଷଣ ନାୟକ ଘୁଷୁରୀ ପାଳନରେ ୨୦୦୦ ଟଙ୍କା , ପାଡାଙ୍ଗି ପଞ୍ଚାୟତର ଅଞ୍ଜନା ପ୍ରଧାନ ମତ୍ସ୍ୟ ପୋଖରି ଯୋଜନା ୨୦୦୦ଟଙ୍କା ପ୍ରଦାନ କରିଥିଲେ ।ପରେ ମେଳାରେ ବି.ଭି.ଓ. ଓ ଏ.ଏଫ୍.ଓ. ପ୍ରଣତି କୁମାରୀ ଦେବୀ , ଚାଷୀ ଓ ମତ୍ସ୍ୟଜୀବୀ ମାନଙ୍କୁ ପଶୁ ପାଳନ, ମାଛ ଚାଷ ଓ ସରକାରୀ ଯୋଜନା ବିଷୟରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରାଣୀଧନ ବିଶେଷଜ୍ଞ ଶଙ୍କର୍ଷଣ ମିଶ୍ର , ଧିରେନ୍ଦ୍ର ପ୍ରଧାନ, ତନୁଜ ପ୍ରଧାନ, ଗୋଣେଶ୍ବର ଦଳେଇ , ଝିଲି ସାହୁ, ଶୁଭସ ସ୍ମିତା ବେହେରା ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।