ଗଞ୍ଜାମ ଜିଲ୍ଲା ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା ।

ଗଞ୍ଜାମ ଜିଲ୍ଲା ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା ।

ଗଞ୍ଜାମ ଜିଲ୍ଲା ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା ।

ଆସିକା:(୩/୫/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ଧରାକୋଟ ବ୍ଲକ ସ୍ତରରେ ଟପର ହୋଇଥିବା ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ଢଉଗାଁ ର ଛାତ୍ରୀ ସାନିଆ ମୁନି (୫୪୦) ଗ୍ରେଡ a, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେଡ୍ଡୀ ଦାମୋଦର ପଲି ର ଛାତ୍ର ବି. ଗଣେଶ ରେଡି (୫୪୦) ଗ୍ରେଡ a, ଙ୍କୁ ଆଜି ଢଉଗାଁ ବାସୁଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବାଡତ୍ୟା ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ରମେଶ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥିଭାବେ ଢଉଗାଁ ସରପଞ୍ଚ ମନୁ ପାତ୍ର, ଏସ ଏମ ସି ସଭାପତି ଅଶ୍ୱିନୀ କୁମାର ପଢ଼ିଆରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ରେଡ 2 ରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ନେହା ରାଣୀ ଜେନା, ପ୍ରିୟଙ୍କା ପଟ୍ଟନାୟକ, ଜ୍ୟୋତି ରାଣୀ ପଣ୍ଡା, ପ୍ରୀୟାସି ପଣ୍ଡା ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ସଂପ୍ରତି ଏହି ବିଦ୍ୟାଳୟ ଗୁଡ଼ିକର ଚଳିତ ବର୍ଷର ପାସ ହର 98 ପ୍ରତିଶତ ରହିଛି । କାର୍ଯ୍ୟକ୍ରମରେ ଶିକ୍ଷକ ହର ନାଇକ, ରାଜେନ୍ଦ୍ର ମହାନ୍ତି, ରେଣୁକା ଦାସ, ରଞ୍ଜନ ସାହୁ, ଦୀପ୍ତିମୟୀ ବିଷୋୟୀ, ରାଧାରାଣୀ ଗୌଡ଼, ପ୍ରିତିମାନ ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ। ସମସ୍ତ ଏସ ଏମ ସି ସଦସ୍ୟ ଉପସ୍ଥିତ ରହିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ