ଗିଫ୍ଟ ମୋଡେଲ ସ୍କୁଲରେ ଭାରତୀୟ ସମ୍ବିଧାନ ଦିବସ ପାଳିତ।

ଗିଫ୍ଟ ମୋଡେଲ ସ୍କୁଲରେ ଭାରତୀୟ ସମ୍ବିଧାନ ଦିବସ ପାଳିତ।

ଗିଫ୍ଟ ମୋଡେଲ ସ୍କୁଲରେ ଭାରତୀୟ ସମ୍ବିଧାନ ଦିବସ ପାଳିତ।

ଗଜପତି,୨୬.୧୧(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଗିଫ୍ଟ ମୋଡେଲ ସ୍କୁଲ ପରିସରରେ ଗୁରୁବାର ଦିନ ଦେଶାତ୍ମବୋଧ ଓ ଉତ୍ସାହର ସହ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟାପକ ଆଚାର୍ଯ୍ୟ ଡ. ପାଉଲ୍ ଆମୋଦ ବର୍ଦ୍ଧନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, “ଭାରତୀୟ ସମ୍ବିଧାନ ଆମ ଦେଶର ଗଣତନ୍ତ୍ରର ମୂଳଦୁଆ। ସମ୍ବିଧାନର ସମ୍ମାନ, ସୁରକ୍ଷା ଏବଂ ଏହାର ମୂଳ ଆଦର୍ଶ ଓ ମୂଲ୍ୟବୋଧକୁ ଜୀବନରେ ପାଳନ କରିବା ପ୍ରତ୍ୟେକ ନାଗରିକଙ୍କ ପରମ କର୍ତ୍ତବ୍ୟ।” ଏଥିସହିତ ସେ ‘ଜୟ ହିନ୍ଦ୍, ଜୟ ଭାରତ’ ଧ୍ୱନି ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଦିନ ଭାରତୀୟ ସମ୍ବିଧାନ ପଢ଼ିବା, ଏହାର ମହତ୍ତ୍ୱକୁ ହୃଦୟଙ୍ଗମ କରିବା ସହ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱ ଭଳି ମହାନ ଆଦର୍ଶକୁ ନିଜ ଜୀବନରେ ପ୍ରତିଫଳିତ କରିବାକୁ ଆହ୍ୱାନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିମିମା ବର୍ଦ୍ଧନ, ଜୟଦେବ ଗୋମାଙ୍ଗୋ, ରୁତମା ବର୍ଦ୍ଧନଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।