ଠିକାଦାର ମହାସଙ୍ଘ ରାୟଗଡ ର ମହାସମାବେଶ ଅନୁଷ୍ଠିତ।

ଠିକାଦାର ମହାସଙ୍ଘ ରାୟଗଡ ର ମହାସମାବେଶ ଅନୁଷ୍ଠିତ।

ଠିକାଦାର ମହାସଙ୍ଘ ରାୟଗଡ ର ମହାସମାବେଶ ଅନୁଷ୍ଠିତ।

ରାୟଗଡ( info media)ତା ୨୯-୪-୨୦୨୬ ରାୟଗଡ ଜ଼ିଲ୍ଲା ଠିକାଦାରଓହସଂଘ ର ବୈଠକନ କୁମାରଧାମୁଣୀ ଠାରେ ରାୟଗଡା ଜିଲ୍ଲା ଠିକାଦାର ମହାସଂଘର ଏକ ସାଧାରଣ ସଭା ଜିଲ୍ଲା ସଭାପତି ସୁଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ଓଡିଶା ଠିକାଦାର ମହାସଂଘର ଅଧ୍ୟକ୍ଷ ପ୍ରଭାତ ଦାଶ ମୁଖ୍ୟ ଅତିଥି ଭାବେ ଓ ଭାଗିରଥି ଦାଶ ସନମାନିତ ଅତିଥିଭାବେ ଯୋଗ ଦେଇ ଥିଲାବେଳେ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପାଢ଼ୀ, କେଶବ ଚନ୍ଦ୍ର ସାହୁକାର, ଜୀବନ ସାହୁ ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ, ରମାକାନ୍ତ ପଣ୍ଡା, ଚିତ୍ରସେନ ସୁନା, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ,ସମ୍ପାଦକ ରଞ୍ଜନ ପରିଡା, ସୁମନ୍ତ ପରିଡା, ସନିଆ ସୁବୁଦ୍ଧି, କରୁଣାକର ବେହେରା, ରାୱାଲ ମାଝୀ, ଲାଳବିହାରୀ ଲେଙ୍କା, ସଞ୍ଜୟ ଚୌଧୁରୀ, ଉପଦେଷ୍ଟା ଈଶ୍ୱର ଗୋପାଳ ଚେଟ୍ଟୀ, ଅରୁଣ ଚୌଧୁରୀ, ସୁରେନ୍ଦ୍ର ମହାରଣା, ଅଖିଳ ଦାସ ପ୍ରେମଲାଲ ସାହୁ, କାର୍ତ୍ତିକ ନାୟକ ସଂଗ୍ରାମ କେଶରୀ ସାହୁ ପ୍ରମୁଖ ମଂଚାସୀନ ଥିଲେ।ଏହି ସଭାରେ ସମସ୍ତ ଠିକାଦାର ମାନେ ସିଡୁଲ ଦରରେ ଟେଣ୍ଡର ପକାଇବା ପାଇଁ ନିଷ୍ପତି ନେବା ସହ ବାହାର ଜିଲ୍ଲା ଠିକାଦାର ମାନଙ୍କୁ ରାୟଗଡା ଜିଲ୍ଲାରେ ଟେଣ୍ଡର ନ ପକାଇବା ପାଇଁ ଅନୁରୋଧ କରିଥିଲେ।ରାୟଗଡା ଜିଲ୍ଲାର ପ୍ରାୟ ଚାରିସହ ଠିକାଦାର ଯୋଗଦେଇ, ଆଗାମୀ ଦିନରେ ସଂଘକୁ ସୁଦୃଢ କରିବା ପାଇଁ ନିଷ୍ପତି ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ଯେଉଁ ଠିକାଦାର ମାନେ ସେଡୁଲ ରେଟ ରେ କାମ ନେଇଥିଲେ ତାଙ୍କୁ ଓ କାର୍ଯ୍ୟକ୍ରମ ରେ ଉପସ୍ଥିତ ସାମ୍ବାଦିକ ଙ୍କୁ ସମ୍ମାନିତ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ବାଣ୍ଟି ଠିକାଦାର ନାମକ ଏକ ବ୍ୟକ୍ତି କମ ରେଟ ରେ କାମ ନେଇ ନିମ୍ନ ମାନ ର କାମ କରୁଥିବା ରୁ ତାକୁ ରାୟଗଡ ଜ଼ିଲ୍ଲା ରେ ଣ ପୁରାଇବା ନିମନ୍ତେ ଅତିଥି ମାନେ ଦୃଢ଼ ଭାବେ ଦାବି ରଖିଥିଲେ l ଆଜିର ଏହି କାର୍ଯ୍ୟକ୍ରମ କୁ ବିଷମକଟକ ଓ ମିନିଗୁଡା ର ଠିକାଦାର ମନେ ଆୟୋଜନ କରିଥିବାରୁ ଜ଼ିଲ୍ଲା ର ଠିକାଦାର ମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ