ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା କାର୍, ଡ୍ରାଇଭର ଫେରାର ।

ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା କାର୍, ଡ୍ରାଇଭର ଫେରାର ।

ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା କାର୍, ଡ୍ରାଇଭର ଫେରାର ।

ଗଜପତି,୧୬।୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଗଜପତି ଜିଲା ମୋହନା ଥାନା ପିଣ୍ଡିକି ଗାଁର ୩୨୬ ଏ ଜାତୀୟ ରାଜପଥର ରାସ୍ତା କଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଘର ଭିତରକୁ ପଶିଗଲା କାର୍ । ତେବେ ଦୁର୍ଘଟଣାରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।ସୂଚନା ପ୍ରକାରେ ପିଣ୍ଡିକି ଗାଁର ହର ପ୍ରସାଦ ବିଶୋଇ ବହୁ ବର୍ଷ ହେବ ପରିବାର ପ୍ରତିପୋଷଣ ପାଇଁ ମୋହନା ଠାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ରାସ୍ତା କଡରେ ଛୋଟିଆ ବ୍ୟବସାୟ କରୁଥିଲେ । ରବିବାର ମଧ୍ୟରାତ୍ରୀରେ ମୋହନାରୁ ବ୍ରହ୍ମପୁରକୁ ଯାଉଥିବା ଦାମୀ କାର୍ ( OD 33 U 9977 ) ଟି ଭରସାମ୍ୟ ହରାଇ ହର ପ୍ରସାଦ ବିଷୋୟୀଙ୍କ ଘର ଉପରକୁ ମାଡିଯାଇଥିଲା ।ହଟାତ ଶବ୍ଦ ଶୁଣି ପରିବାରଙ୍କ ନିଦ ଭାଙ୍ଗିଯାଇଥିଲା । ବାହାରକୁ ଆସି ଦେଖିଲାପରେ ହର ପ୍ରସାଦଙ୍କ ଦୋକାନ ଗୃହରେ ରହିଥିବା ଫ୍ରିଜ, ସିଲେଇ ମେସିନ ଏବଂ ଆନ୍ୟନ୍ୟ ଆସବା ପତ୍ର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଦେଖିଥିଲେ । ହର ପ୍ରସାଦ ୧୧୨ କୁ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି କାରକୁ ଜବତ କରି ତଦନ୍ତ କରୁଛି । ଅନ୍ୟ ପକ୍ଷରେ ହର ପ୍ରସାଦ ମୋହନା ଥାନାରେ ଲକ୍ଷାଧିକ ଟଙ୍କାର କ୍ଷତି ହେବାର ଏକ ଲିଖିତ ଅଭିଯୋଗ କରିଛନ୍ତି ।