ରାୟଗଡ଼ ବ୍ଲକ୍ ଗ୍ରାମୀଣ ଗୃହ ନିର୍ମାଣ ବିଭାଗରେ ଆକସ୍ମିକ ଅଗ୍ନିକାଣ୍ଡ ଗୁରତ୍ୱପୂର୍ଣ୍ଣ ନଥିପତ୍ର ନଷ୍ଟ ।

ରାୟଗଡ଼ ବ୍ଲକ୍ ଗ୍ରାମୀଣ ଗୃହ ନିର୍ମାଣ ବିଭାଗରେ ଆକସ୍ମିକ ଅଗ୍ନିକାଣ୍ଡ ଗୁରତ୍ୱପୂର୍ଣ୍ଣ ନଥିପତ୍ର ନଷ୍ଟ ।

ରାୟଗଡ଼ ବ୍ଲକ୍ ଗ୍ରାମୀଣ ଗୃହ ନିର୍ମାଣ ବିଭାଗରେ ଆକସ୍ମିକ ଅଗ୍ନିକାଣ୍ଡ ଗୁରତ୍ୱପୂର୍ଣ୍ଣ ନଥିପତ୍ର ନଷ୍ଟ

ଗଜପତି,୧୬.୯(ମନୋଜ ପାଢ଼ୀ) -: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ଗ୍ରାମୀଣ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର, ସରକାରୀ ଦସ୍ତାବିଜ୍ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।ପ୍ରାଥମିକ ସୂଚନା ଅନୁଯାୟୀ, ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଆଜି କାର୍ଯ୍ୟାଳୟ ଭିତରୁ ହଠାତ୍ ଧୂଆଁ ବାହାରୁଥିବା ଦେଖାଯିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଦେଖୁଦେଖୁ ନିଆଁ କାର୍ଯ୍ୟାଳୟର ବିଭିନ୍ନ ଅଂଶକୁ ବ୍ୟାପି ଯାଇଥିଲା।ଖବର ପାଇ ରାୟଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ତେବେ ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ନଥିପତ୍ର, ଦସ୍ତାବିଜ୍ ଓ ସରକାରୀ ଆସବାବପତ୍ର ନଷ୍ଟ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। କେତେ ପରିମାଣର ସମ୍ପତ୍ତି କ୍ଷୟକ୍ଷତି ହୋଇଛି ଏବଂ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ନଥିପତ୍ର ନଷ୍ଟ ହୋଇଛି, ସେନେଇ ବିଭାଗୀୟ ଅଧିକାରୀମାନେ ଆକଳନ କରୁଥିବା ଜଣାପଡ଼ିଛି।ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ସଠିକ୍ ପରିମାଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି।