ଗଞ୍ଜାମ ଜିଲ୍ଲା ବିଶ୍ୱ ପରିବେଶ ଦିବସ: ପୋଲସରା ବ୍ଲକର ୨୬ ପଞ୍ଚାୟତରେ ବ୍ୟାପକ ସଫେଇ ଓ ସଚେତନତା !

ଗଞ୍ଜାମ ଜିଲ୍ଲା ବିଶ୍ୱ ପରିବେଶ ଦିବସ: ପୋଲସରା ବ୍ଲକର ୨୬ ପଞ୍ଚାୟତରେ ବ୍ୟାପକ ସଫେଇ ଓ ସଚେତନତା !

ଗଞ୍ଜାମ ଜିଲ୍ଲା ବିଶ୍ୱ ପରିବେଶ ଦିବସ: ପୋଲସରା ବ୍ଲକର ୨୬ ପଞ୍ଚାୟତରେ ବ୍ୟାପକ ସଫେଇ ଓ ସଚେତନତା !

ପୋଲସରା, ୦୫/୦୬/୨୬ ବିଶ୍ୱ ପରିବେଶ ଦିବସ ଅବସରରେ ପୋଲସରା ବ୍ଲକର ସମସ୍ତ ୨୬ଟି ପଞ୍ଚାୟତରେ ବ୍ୟାପକ ସଫେଇ ଅଭିଯାନ ଓ ପରିବେଶକୁ ସୁରକ୍ଷିତ ରଖିବା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗ୍ରାମର ରାସ୍ତାଘାଟ, ସର୍ବସାଧାରଣ ସ୍ଥାନ କୁ ସଫା କରାଯିବା ସହ ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।ଏହି ଅବସରରେ ଜନପ୍ରତିନିଧି, ସରକାରୀ କର୍ମଚାରୀ, ମିଶନ ଶକ୍ତି ସଦସ୍ୟା, ସ୍ୱୟଂସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ଲାଷ୍ଟିକ ବ୍ୟବହାର କମାଇବା, ବୃକ୍ଷରୋପଣ କରିବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା।ପ୍ରତ୍ୟେକ ପଞ୍ଚାୟତରରେ ଜଣେ ଜଣେ ନୋଡାଲ ଅଫିସର ଉପସ୍ଥିତ ରହି ସଫେଇ କାର୍ଯ୍ୟ କୁ ତଦାରଖ କରିଥିବାବେଳେ ଏବିଡିଓ ସୋନମ୍ ବେହେରା, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ସ୍ୱରୂପ ତ୍ରିପାଠୀ ଏବଂ ବିଭାଗର ସମସ୍ତ କର୍ମଚାରୀ, ସମସ୍ତ ପଞ୍ଚାୟତର ଜନପ୍ରତିନିଧି, କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସଫେଇ କରିବାସହ ପରିବେଶର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ସମସ୍ତଙ୍କ ସହଯୋଗ ଦ୍ୱାରା ଏକ ସୁସ୍ଥ ଓ ସବୁଜ ପରିବେଶ ଗଠନ ସମ୍ଭବ ବୋଲି ସଚେତନ କରାଇ “ସ୍ୱଚ୍ଛ ଗାଁ, ସୁସ୍ଥ ପରିବେଶ” ବାର୍ତ୍ତା ଦେଇଥିଲେ। ପୋଲସରା ବ୍ଲକରେ ଏହି ଅଭିଯାନ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଏକ ସକାରାତ୍ମକ ସଚେତନତା ସୃଷ୍ଟି କରିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ