*ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା* ।
ଗଜପତି,୨୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି।ପାରଳାଖେମୁଣ୍ଡି ଥାନା ଆଇଆଇସି ଏବଂ ଏସଡିଜେଏମ୍ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଚିଠି ଆଧାରରେ ଏହି ନିଲମ୍ବନ ଆଦେଶ ଜାରି ହୋଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ବିଦ୍ୟାଭାରତୀ ପଣ୍ଡା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ର ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ ଲାଇଭଷ୍ଟକ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ।
ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସେ ଗତ ୨ ତାରିଖରେ ଆତ୍ମସମର୍ପଣ କରିଥିଲେ। ଏହି ଘଟଣାରେ ତାଙ୍କ ନିଲମ୍ବନକୁ ନେଇ ଚର୍ଚ୍ଚା ଜୋର ଧରିଛି।
