ଥୁଆପାଲି ରୁ ଖୁଣ୍ଟୁଲିପାଲି ରାସ୍ତା ଅତି ଶୋଚନୀୟ ଅବସ୍ଥା ରହିଛି,ବରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ ଆବଶ୍ୟକ ପଦକ୍ଷେପ ନେବା ଅଂଚଳବାସୀଙ୍କ ଦାବୀ।

ବରଗଡ ୫,୬(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଜିଲ୍ଲା ପରିଷଦ ୨ ସଭ୍ୟ ସତ୍ୟଜିତ ପୁରୋହିତ ତାଙ୍କର ଚିଠି ନଂ ତାରିଖ ୨୬,୫,୨୬ ବରଗଡ ଜିଲ୍ଲାପାଳଙ୍କ ନିକଟକୁ ପଠାଥିଲେ ଯେ ଭେଡେନ ବ୍ଲକ ର ଥୁଆପାଲି ରୁ ଖୁଣ୍ଟୁଲିପାଲି ରାସ୍ତା ର କେନାଲ ବ୍ରିଜ, ସାରସପାଲି ଉପର ଛକ ନିକଟରେ ଗର୍ତ୍ତ ଅଛି, ସାରସପାଲି ମୋଡାଣି, ସଂକ୍ରିଡା ବାଲିପଟା ନିକଟରେ କଂକ୍ରିଟ ରାସ୍ତା ଗୋଟି ବାହାରି ପଡିଲାଣି। ଆଗାମୀ କେନାଲ ପାଣି ଆସିବା ଆଗରୁ ମରାମତି ହେବା ଅନିବାର୍ଯ୍ୟ ହୋଇପଡିଛି ନହେଲେ ରାସ୍ତା ବନ୍ଦ ହେବାର ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ। ଏହି ରାସ୍ତା ଦେଇ ସଦା ସର୍ବଦା ଜନସାଧାରଣ, ଛାତ୍ରଛାତ୍ରୀ, ସ୍କୁଲ ବସ, ଟ୍ରାକ୍ଟର, ଭାରୀଯାନ, ଖୁଣ୍ଟୁଲିପାଲି ଠାରୁ ଲୋକେ ସମ୍ବଲପୁର, ବୁର୍ଲା, ବିନିକା ଓ ସୋନପୁର ଆଦି ଅଂଚଳକୁ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଟି ବରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ କିଛି ବର୍ଷ ଆଗରୁ କିଛି କିଛି କାମ ହୋଇଥିଲା। ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।କୌଣସି ବଡ ଦୁର୍ଘଟଣା ଘଟିବା ଆଗରୁ ବିହିତ ପଦକ୍ଷେପ ନେଇ ରାସ୍ତା କୁ ମରାମତି କରାଯିବା ପାଇଁ ଅଂଚଳବାସୀ ତଥା ଜନସାଧାରଣ ଦାବୀ ହୋଇଆସୁଛି । ବରଗଡ ଜିଲ୍ଲାପାଳ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣକଂ ଦାବି ହେଉଛି।