ସୁନାବେଡା ପୌରପାଳିକା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ସୁନାବେଡା, ୫ ଜୁନ: ବିଶ୍ୱ ପରିବେଶ ଦିବସ ଅବସରରେ ସୁନାବେଡା ପୌରପାଳିକା ପକ୍ଷରୁ ଏକ ବ୍ୟାପକ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ କାଉନ୍ସିଲର, ପୌରପାଳିକାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବହୁ ସାମାଜିକ ସଂଗଠନର ସଦସ୍ୟ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ହରିତୀକରଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଉପସ୍ଥିତ ଅତିଥିମାନେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ଓ ସେଗୁଡିକର ଯତ୍ନ ନେବାକୁ ଆହ୍ୱାନ କରିଥିଲେ।ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ପ୍ରଦାନ କରାଯାଇଥିଲା। ସମସ୍ତେ ମିଶି ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।ସୁନାବେଡା ପୌରପାଳିକାର ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ପରିବେଶ ସଚେତନତା ବୃଦ୍ଧି କରିବା ସହ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ଦିଗରେ ଅଧିକ ପ୍ରେରିତ କରିବ ବୋଲି ମତ ପ୍ରକାଶ ପାଇଛି।ରିପୋର୍ଟ: ଚନ୍ଦନ ପ୍ରସାଦ | ଇନଫର୍ମେସନ୍ ମିଡିଆ
