ପୂଜାରୀବମ୍ବୁ ଗାଁ କୁ ପକ୍କା ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ନିବେଦନ ରଖିଲେ ବିଜେପି ଯୁବ ନେତା ଗୋପାଳ
ରାୟଗଡ( info media ) ରାୟଗଡ଼ ସହରଠାରୁ ମାତ୍ର ୬ କିଲୋମିଟର ଦୂରରେ ସଦର ବ୍ଲକ ବାଇଶିଙ୍ଗ ପଂଚାୟତ ରେ ଅବସ୍ଥିତ ପୂଜାରୀବମ୍ବୁ ଗ୍ରାମବାସୀଙ୍କ ପାଇଁ ଦେଶ ସ୍ୱାଧୀନ ର 80 ବର୍ଷ ହେବା କୁ ଯାଉଛି କିନ୍ତୁ ଆଜି ବି ଯାତାୟାତ ଏକ ବଡ଼ ସମସ୍ୟା। ନାଗାବଳୀ ନଦୀ ଓ ପାହାଡ଼ିଆ ପଥ ଅତିକ୍ରମ କରି ଯାତାୟାତ କରିବାକୁ ପଡ଼ୁଛି ଏହି ଗ୍ରାମ ବାସୀ ଙ୍କୁ । ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ପାଇଲେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼େ। ଜୀବିକା, ଶିକ୍ଷା ଓ ଜରୁରୀ ଚିକିତ୍ସା ପାଇଁ ଗ୍ରାମବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।ଗ୍ରାମର ଏହି ଦୁରବସ୍ଥା ଦୀର୍ଘଦିନର। ବାରମ୍ବାର ଦାବି ସତ୍ତ୍ୱେ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଭଳି ଅବହେଳା କୁ ପାଇଁ ପୂର୍ବତନ ଓ ବର୍ତ୍ତମାନର ଜନପ୍ରତିନିଧି ଙ୍କ ସହିତ ପ୍ରସାଶନୀଙ୍କ ଅଧିକାରୀଙ୍କୁ ଦାୟୀ କରିବା ସହ ଦାୟିତ୍ୱବୋଧକୁ ନେଇ ବିଜେପି ଯୁବନେତା ଗୋପାଳ ଖୁରା ପ୍ରଶ୍ନ ଉଠାଇଛନ୍ତି। ସେ ପୂଜାରୀବମ୍ବୁ ଗ୍ରାମକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରି ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ନିବେଦନ କରିଛନ୍ତି l ରାୟଗଡ ଜ଼ିଲ୍ଲାପାଳ ଏହି ପୂଜାରୀବମ୍ବୁ କୁ ନିତିଦିନିଆ ରାସ୍ତା ନିମନ୍ତେ ଉଦ୍ୟମ କରିବା ଚେଷ୍ଟା କରିଛନ୍ତି ବୋଲି ସେ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି । ଏଥିସହ ଜିଲ୍ଲା ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେଇ ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
