ରେମଣ୍ଡା ମହୁଲପାଲି ଭୋଗଡୁଂଗରୀ ବାବାକଂ ପୀଠ ଠାରେ ସତସଂଗୀ ସଂଗ ଦ୍ଵିତୀୟ ଭାଗ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଂଚାୟତ ମହୁଲପାଲି ଭୋଗଡୁଂଗରୀ ବାବାକଂ ପୀଠ ଠାରେ ପ୍ରତି ମାସ ଚତୁର୍ଦ୍ଦଶୀ ଦିନ ପୂଜାର୍ଚ୍ଚନା କରାଯାଇଥାଏ। ଆଜି ସତସଙ୍ଗ ର ସଭାପତି ଭଗବାନ ପ୍ରଧାନ ସଂଯୋଜନା ରେ ସତସଂଗୀ ସଂଘ ର କବି ଭିଖାରୀ ଚରଣ ପ୍ରଧାନ କଂ ରଚିତ ଦ୍ଵିତୀୟ ଭାଗ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ଉନ୍ମୋଚନ ସଭା ରେ ମୁଖ୍ୟ ଅତିଥି ଭାବେ ରେମଣ୍ଡା ପଂଚାୟତ ର ସରପଞ୍ଚ ଉଦ୍ଧବ ବାରିକ, ପ୍ରବଚକ ଚୈତନ୍ୟ କର୍ମୀ, ଭକ୍ତ ପ୍ରସାଦ ପଶାୟତ, ମୃତ୍ୟୁଞ୍ଜୟ କର ଓ ବହୁ ସଂଖ୍ୟାରେ ପ୍ରବଚକ ସମେତ ସତସଙ୍ଗ ର ଉପସଭାପତି ନୀଳାମ୍ବର ମହାର, ପୂଜକ ଡୋଳାମଣି ମହାର ସମେତ ନେପାଳ ମହାର, ଦୟାସାଗର ମହାର, ନୀଳମଣି ମହାର, ଗୋପୀନାଥ ନାଗ, ଦୀପ୍ତି ମଲ୍ଲିକ, ବେଣୁଧର ମହାର, ରାଜାରାମ ନାଗ, ବଜର ମହାର, ଦୁଆରୁ ଗରିଆ ସହିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ମାନ୍ୟଗଣ୍ୟ ଭକ୍ତ, ଶ୍ରଦ୍ଧାଳୁ ମାନଙ୍କ ସହିତ ଆଖପାଖ ଅଞ୍ଚଳର ଭକ୍ତ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଭୋଗଡୁଂଗରୀ ବାବାକଂ ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପ୍ରବଚକ ମାନେ ନିଜ ନିଜ ସୁମଧୁର ଗୀତ, ସଂଗୀତ ଓ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା।
ରେମଣ୍ଡା ମହୁଲପାଲି ଭୋଗଡୁଂଗରୀ ବାବାକଂ ପୀଠ ଠାରେ ସତସଂଗୀ ସଂଗ ଦ୍ଵିତୀୟ ଭାଗ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।
