ଗଞ୍ଜାମ ଜିଲ୍ଲା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ପୋଲସରା, ୧୩/୪/୨୬ : ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ୧୨-୪-୨୬ ତାରିଖ ସନ୍ଧ୍ୟାରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ୍ୟୁ କର୍ମଚାରୀ ଜଣକ ହେଲେ ଢୁଙ୍କାପଡା ଗ୍ରାମ ନୂଆ ସାହିର ସୁଶାନ୍ତ ଗୌଡ଼(୨୬)। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ପରିବାର ଲୋକେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ସୁଶାନ୍ତ ଗୌଡ଼ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୋଲସରା ପୋଲିସ ମେଡିକାଲକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ମର ଶରୀର ଜବତ କରି ଅପମୃତ୍ୟୁ କେଶ ନଂ ୧୨/୨୬ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ବ ଏଏସଆଇ ରମଣ ଶବର ନେଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

ପୋଲସରା ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ମଧ୍ୟ ମେଡିକାଲକୁ ଯାଇ ଘଟଣା ବିଷୟ ବୁଝିବା ସହ ମୃତକ କର୍ମଚାରୀଙ୍କ ପରିବାରକୁ ସାଂନ୍ତନା ଦେଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ