ମୁକୁଳା ପଡ଼ିଥିବା BSNL ତାରରେ ଜଣେ ମହିଳାଙ୍କ ଜିବନଗଲା ।
ଆର, ଉଦୟଗିରି (ମନୋଜ କୁମାର ପାଢୀ)- ଜୀବନ ନେଲା ମୁକୁଳା BSNL ତାର l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ଥାନା କେ ଏମ ଭାଲିଆସାହି ମୁଖ୍ୟ ରାସ୍ତାରେ l ସୂଚନା ମୁତାବକ ଆର -ଉଦୟଗିରି ଥାନା ଅନ୍ତର୍ଗତ ଝାଡ଼ପଡା ଗ୍ରାମର ବିପ୍ର କାର୍ଜିଙ୍କ ସ୍ତ୍ରୀ ଇନ୍ଦିରା ବେହେରଦଳାଇ ଓ ସେହି ଗ୍ରାମରା ଅନେକ ମହିଳା ମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ବ୍ୟାଙ୍କ ଖାତା ନୂତନ ଭାବେ ଖୋଲିବା ପାଇଁ ଛେଳିଗଡ଼ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ଯାଉଥିଲେ l ଇନ୍ଦିରା ଅନ୍ୟଏକ ବାଇକ ଯୋଗେ ଆସୁଥିବା ସମୟରେ ରାସ୍ତାକୋଡ଼ରେ ମୁକୁଳା ଭାବେ ପଡ଼ିଥିବା BSNL ତାର କୌଣସି ଏକ କାରଣରୁ ରାସ୍ତାମଝିକୁ ଚାଲିଆସିଥିଲା l ସେହି ସମୟରେ ଇନ୍ଦିରା ବାଇକରେ ଯାଉଥିବା ବେଳେ ଇନ୍ଦିରାଙ୍କ ବେକକୁ ତାରଟି ଲାଗିଯାଇଥିଲା l ଫଳରେ ସେ ରାସ୍ତାରେ ପଡ଼ିଯିବା ସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା l ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଛେଳିଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇଥିଲେ l କିନ୍ତୁ ସେଠାରେ ଡାକ୍ତର ଲକ୍ଷ୍ମୀକାନ୍ତ ଚାନ୍ଦ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଆର, -ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l ମୃତ୍ୟୁ ପରିବାର ଏବଂ ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତାରେ ଶବ ରଖି ମୃତ୍ୟୁ ପରିବାର କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ ଏହି ଖବର ପାଇ। ଘଟଣାସ୍ଥଳକୁ ସ୍ଥାନୀୟ ପୋଲିସ ଅଧିକାରୀ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ତରଫରୁ ପରିବାର ସଦସ୍ୟକୁ ୧୫୦୦୦ ଟଙ୍କା ଦିଆଗଲା ପରେ ରାସ୍ତା ଅବରୋଧ ହଟିଥିଲା । ଏନେଇ ଆର, ଉଦୟଗିରି ଥାନାରେ କେସ ୧୦୪/୨୬ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମେଡିକାଲ ପଠାଯାଇଛି। ସ୍ଥାନୀୟ ପୋଲିସ ଏହାର ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୁତ୍ରରୁ ପ୍ରକାଶ ହୋଇଛି ।
