ରାୟଗଡ ଟ୍ରକ ମାଲିକ ସଙ୍ଘ ର ସଫଳତା ର ତିନି ବର୍ଷ ଉପଲକ୍ଷେ କାର୍ଯ୍ୟକ୍ରମ

ରାୟଗଡ ଟ୍ରକ ମାଲିକ ସଙ୍ଘ ର ସଫଳତା ର ତିନି ବର୍ଷ ଉପଲକ୍ଷେ କାର୍ଯ୍ୟକ୍ରମ

ରାୟଗଡ ଟ୍ରକ ମାଲିକ ସଙ୍ଘ ର ସଫଳତା ର ତିନି ବର୍ଷ ଉପଲକ୍ଷେ କାର୍ଯ୍ୟକ୍ରମ

ରାୟଗଡ (info media) ରାୟଗଡ ଟ୍ରକ ମାଲିକ ସଙ୍ଘ ର ସଭାପତି ଭାବେ ଗତ ତିନି ବର୍ଷ ଧରି ଦାୟିତ୍ୱ ନେଇ ସଙ୍ଘ ପାଇଁ କାମ କରି ସଙ୍ଘ କୁ ମଜବୁତ ସ୍ଥିତି କୁ ଆଣିପାରିଛନ୍ତି କୋଣ୍ଡା ବାବୁ ସେଥିପାଇଁ ଗତକାଲି ରାୟଗଡ଼ ଏଲ ଆଇ ସି ପଡ଼ିଆ ନିକଟସ୍ଥ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଅତ୍ୟନ୍ତ ଆନନ୍ଦର ସହ ସଂଘର ସଫଳତାର ତିନି ବର୍ଷ ପୂର୍ତି ଉପଲକ୍ଷେ “ସକ୍ସେସ୍ ମିଟ୍” ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସୂଚନା ଯୋଗ୍ୟଯେ ଗତ ତିନି ବର୍ଷ ମଧ୍ୟରେ ରାୟଗଡ଼ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ କରାଯାଇଛି. ସେଥିପାଇଁ ମଧ୍ୟ୍ୟ ରୁ ରକ୍ତଦାନ ଶିବିର,ଚକ୍ଷୁ ଚିକିତ୍ସା ଶିବିର,ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସହିତ ଟ୍ରକ ଚାଳକ ଓ ହେଲପେର ଙ୍କ ଉନ୍ନତି ପ୍ରତିମଧ୍ୟ ଧ୍ୟାନ ଦେବା ଏଥିସହିତ, ଯେକୌଣସି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେଲେ ମାଲିକ ଙ୍କୁ ସାହାଯ୍ୟ ସହିତ ଦୁର୍ଘଟଣା ରେ ଆହତ ଚାଳକ କିମ୍ବା ହେଲପେର ଙ୍କୁ ଚିକିତ୍ସା ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ପ୍ରଦାନ ସହ ଅନେକ ସାମାଜିକ କାର୍ଯ୍ୟରେ ସଂଘ ସହଯୋଗ କରିଆସୁଛି। ଏଥିସହିତ ମାଲିକ ମାନ ଙ୍କ ନିମନ୍ତେ ଏକ ସଙ୍ଘ ର ଅଫିସ କୋଠା କପିଳାସ ଛକ ନିକଟରେ ବନାଇବା ରେ ସକ୍ଷମ ହୋଇପାରିଛି l ସମାଜ ବିଭିନ୍ନ ଦୈବୀଦୁର୍ବିପାକ ସମୟରେ ସାହାଯ୍ୟ କରିବା ରେ ସକ୍ଷମ ହୋଇପାରିଛି ସଙ୍ଘ l ଏଥି ସଙ୍ଘ ପକ୍ଷରୁ ସଭାପତି କୋଣ୍ଡା ବାବୁ ଙ୍କ ଲାଗି ହୋଇପାରିଛି ବୋଲି ଟ୍ରକ ମାଲିକ ମାନେ ଏକ କାର୍ଯ୍ୟକ୍ରମ କରି କୋଣ୍ଡା ବାବୁ ଙ୍କୁ ସମ୍ମାନିତ କରିଥିଲେ l କୋଣ୍ଡା ବାବୁ ନିଜ ପ୍ରତକ୍ରିୟା ରେ କହିଛନ୍ତି ଜେ ଏହି ସଫଳତା ସମସ୍ତ ମାଲିକ ଙ୍କ ସହଯୋଗ ବିନା ସମ୍ଭବ ନଥିଲା। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ଯୋଗ ଦେଇଥିବା ପ୍ରତ୍ୟେକ ମାଲିକ ଭାଇମାନଙ୍କୁ ସଂଘ ପକ୍ଷରୁ ଅନେକ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ l

ଆମର ଟ୍ରକ ମାଲିକ ଙ୍କ ଏକତା ଥିଲେ ଅସମ୍ଭବ କୁ ସମ୍ଭବ ରେ ପରିଣତ କରିବା ବୋଲି କହିଥିଲେ l କେତେକ ବ୍ୟକ୍ତି ଏହି ସଙ୍ଘ ର କିଛି ବ୍ୟକ୍ତି କି ଭିବ୍ରାନ୍ତ କରିବା ରେ ଲାଗିଛନ୍ତି କିନ୍ତୁ ତାହା ସଫଳ ହେବ ନାହିଁ ବୋଲି ମାଲିକ ମାନେ ମତ ରଖିଥିଲେ lଆଗକୁ ମଧ୍ୟ ଆମେ ସମସ୍ତେ ଏମିତି ଏକାଠି ହୋଇ ସମାଜର ମଙ୍ଗଳ ପାଇଁ କାମ କରିବା ବୋଲି ମାଲିକ ମାନେ ଦୃଢ ଶପଥ ନେଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ