ଗଜପତି ଛାତ୍ରଛାତ୍ରୀଙ୍କ ସଫଳତା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ 10 ଗୋଟି ସ୍ଥାନରେ ଶ୍ରୀଭେଙ୍କଟେଶ୍ଵର ସ୍ନାତକ କଲେଜର ଛାତ୍ରଛାତ୍ରୀ ।
ଗଜପତି, ୧୮.୫(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ଏକ ବଡ଼ ଧରଣର ସଫଳତା ଦେଖିବାକୁ ମିଳିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ 10 ଗୋଟି ସ୍ଥାନରେ ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ଶ୍ରୀଭେଙ୍କଟେଶ୍ଵର ସ୍ନାତକ କଲେଜର ଛାତ୍ରଛାତ୍ରୀମାନେ କୃତିତ୍ବର ସହ ସ୍ଥାନ ପାଇଛନ୍ତି । ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ସଦର ମହକୁମାରେ ଅବସ୍ଥିତ ଶ୍ରୀଭେଙ୍କଟେଶ୍ଵର ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଆୟୋଜିତ ସ୍ନାତକ ପରୀକ୍ଷାରେ କୃତିତ୍ୱ ହାସଲ କରି ଶ୍ରେଷ୍ଠ ଓ ପ୍ରଥମ ଦଶଗୋଟି ସ୍ଥାନ ହାସଲ କରି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଏବଂ ଗଜପତି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି । ଭୂଗୋଳ ବିଭାଗରୁ ଅନେଶ୍ଵର ନାଇକା ଏବଂ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗରୁ ଏସ୍. ଭବାନୀ, ତୁଳସୀରାମ ନାୟକ, ତୁଷାରକାନ୍ତ ପଣ୍ଡା, ମହାପାତ୍ର ଶ୍ରୀଧର, ସନ୍ତୋଷ କୁମାର ଗୌଡ, ଜିସିରିଲ ଶବର ପ୍ରମୁଖ କୃତିତ୍ୱ ହାସଲ କରିଥିବା ଜଣାଯାଇଛି. ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପଛରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପ୍ତିରଞ୍ଜନ ପଟନାୟକଙ୍କ ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧ୍ୟାପକ ରୋକ୍ଟମ୍ ରାଜେଶ କୁମାର ଓ ଭୂଗୋଳ ଅଧ୍ୟାପକ ଗୋପାଳ ଶବରଙ୍କର ବିଶେଷ ଅବଦାନ ରହିଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଜନସାଧାରଣ, ଅଭିଭାବକ ଓ ଅଧ୍ୟାପିକା ସୁଶ୍ରୀ ଅଞ୍ଜନା ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
