ରାଇକିଆ ସୁଧାକିରଣ କଲେଜରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

ରାଇକିଆ ସୁଧାକିରଣ କଲେଜରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

ରାଇକିଆ ସୁଧାକିରଣ କଲେଜରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ସୁଧାକିରଣ କଲେଜରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ମହାନ୍ତି ଯୁବ ସମାଜ ନିଶାସକ୍ତ ଓ ପଥ ଭ୍ରଷ୍ଟ ନହୋଇ ବିକଶିତ ଭାରତ ଗଠନ ରେ ନିଜର ଦାୟିତ୍ୱ ତୁଲାଇବା ସହ ଗଣତନ୍ତ୍ର ରାଷ୍ଟ୍ରରେ ନିଜର ମତଦାନ କିପରି କରିବେ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ଗନ୍ତାୟତ ଓ ଅଧ୍ୟାପିକା ଦିବ୍ୟଜ୍ୟୋତି ମଲ୍ଲୀକ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର୍ ନିଳାଞ୍ଚଳ ସାହୁ, ଅଧ୍ୟାପକ ଆଲୋକ କୁମାର ପରିଚ୍ଛା ,ଧର୍ମେନ୍ଦ୍ର ଦିଗାଲ , ୟୁଥ୍ ଆଇକନ୍ ପ୍ରତ୍ୟୁଷା ଦାସ ମଞ୍ଚାସୀନ ରହି ସୁଦୃଢ଼ ଗଣତନ୍ତ୍ର ରାଷ୍ଟ୍ର ଗଠନ ଏବଂ ଯୁବ ସମାଜ ନିଶାମୁକ୍ତ ନ ହୋଇ ନିଜ ନିଜର ଭବିଷ୍ୟତକୁ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ମାଇ ଭାରତ କନ୍ଧମାଳ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସହକର୍ମୀ ସତ୍ୟବାନ ଦଳବେହେରା ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ୧୫ ଜଣ ଛାତ୍ରଛାତ୍ରୀ ନିଶାମୁକ୍ତ ଉପରେ ସ୍ଲୋଗାନ ଲେଖି ଅତିଥିଙ୍କ ଠାରୁ ମାନପତ୍ର ପାଇଥିଲେ । ଯୁବ ଆଇକନ୍ ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ସେ ଆଜିର ଏସ. ଆଇ. ଆର. ଉପରେ ସୁନ୍ଦର ଉପସ୍ଥାପନ କରିଥିଲେ । କଲେଜ ପ୍ରତିଷ୍ଠାତା ଡ,ସନ୍ତୋଷ। କୁମାର ନାୟକ ଏବଂ କଲେଜର ସମସ୍ତ ଷ୍ଟାଫ ଙ୍କ ସହଯୋଗରେ କାର୍ଯ୍ୟ କ୍ରମଟି ସଫଳ ହୋଇ ଥିଲା ।