ପ୍ରକୃତି ସୁରକ୍ଷାର ବାର୍ତ୍ତା ଦେଇ ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ

ପ୍ରକୃତି ସୁରକ୍ଷାର ବାର୍ତ୍ତା ଦେଇ ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ

ପ୍ରକୃତି ସୁରକ୍ଷାର ବାର୍ତ୍ତା ଦେଇ ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ **********************************

ହରଭଙ୍ଗା(27/08) : ପବିତ୍ର ରାକ୍ଷୀ ବନ୍ଧନ ଅବସରରେ ପ୍ରକୃତି ଓ ପରିବେଶ ସୁରକ୍ଷାର ଏକ ନିଆରା ବାର୍ତ୍ତା ନେଇ ବୌଦ୍ଧର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମୟୂରୀ ଇଣ୍ଡିଆ ପକ୍ଷରୁ ଅନୁଷ୍ଠାନ ସଭାପତି ରମେଶ ପ୍ରଧାନଙ୍କ ତତ୍ୱାବଧାନରେ ଆଜି ଘୁମୁକୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପିକନିକ୍ ସ୍ପଟ୍ ଠାରେ ବୃକ୍ଷଙ୍କୁ ରାକ୍ଷୀ ବାନ୍ଧି ‘ବୃକ୍ଷ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମ ପାଳନ କରାଯାଇଛି।ଏହି ଅବସରରେ ପ୍ରକୃତିର ଅମୂଲ୍ୟ ସମ୍ପଦ ବୃକ୍ଷକୁ ଭାଇ-ଭଉଣୀର ସମ୍ପର୍କର ପ୍ରତୀକ ରାକ୍ଷୀ ବାନ୍ଧି “ଗଛ ବଞ୍ଚିଲେ ଜୀବନ ବଞ୍ଚିବ, ପ୍ରକୃତି ବଞ୍ଚିଲେ ପୃଥିବୀ ବଞ୍ଚିବ” ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ଓ ସ୍ଥାନୀୟ ଲୋକମାନେ ବୃକ୍ଷ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଏବଂ ପରିବେଶ ସନ୍ତୁଳନ ରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ମୟୂରୀ ଇଣ୍ଡିଆ ସମ୍ପାଦକ ସୁଧିର ଦୀପ କହିଛନ୍ତି ଯେ, ରାକ୍ଷୀ କେବଳ ମଣିଷ ମଣିଷ ମଧ୍ୟରେ ଥିବା ସ୍ନେହ ଓ ସୁରକ୍ଷାର ପ୍ରତୀକ ନୁହେଁ; ପ୍ରକୃତି ସହ ଆମର ଦାୟିତ୍ୱ ଓ ସମ୍ପର୍କକୁ ମଧ୍ୟ ଏହା ମନେ ପକାଇଦିଏ। ତେଣୁ ବୃକ୍ଷକୁ ରାକ୍ଷୀ ବାନ୍ଧିବା ମାଧ୍ୟମରେ “ଗଛ କାଟିବା ନୁହେଁ, ଗଛକୁ ଭାଇ ଭଳି ରକ୍ଷା କରିବା” ପାଇଁ ସମାଜକୁ ଆହ୍ୱାନ କରାଯାଇଛି। ଏହି ନିଆରା ପରିବେଶ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ପିଢ଼ି ପାଇଁ ସବୁଜ, ସୁସ୍ଥ ଓ ସୁରକ୍ଷିତ ପରିବେଶ ଗଠନରେ ସମସ୍ତଙ୍କ ସହଯୋଗ ଓ ସହଭାଗିତା ଆବଶ୍ୟକ ବୋଲି ବାର୍ତ୍ତା ଦିଆଯାଇଛି। କାର୍ଯ୍ୟକ୍ରମକୁ କୋଷାଧ୍ୟକ୍ଷ ହେମନ୍ତ ବେହେରା, ଯୁଗ୍ମ ସମ୍ପାଦକ ଅମିତା ବଚନ ବେହେରା, ଉପସଭାପତି କୁଞ୍ଜ ପ୍ରଧାନ,ପୂର୍ବତନ ୱାର୍ଡ ସଭ୍ୟ ରବି ବେହେରା, ପଙ୍କଜିନୀ ହଂସ, ସୀତା ବେହେରା ଓ ସମସ୍ତ ମହିଳା ସହଯୋଗ କରିଥିଲେ l