ମାଳିପୁଟ_ମେଲୋଡିଜ୍ 🎬ଗ୍ରାମ୍ୟ ଜୀବନର କାହାଣୀ ନେଇ ବଡ଼ ପରଦାକୁ ଆସୁଛି ‘ମାଳିପୁଟ ମେଲୋଡିଜ୍’ସେପ୍ଟେମ୍ବର ୧୮ରୁ ସିନେମା ହଲ୍ରେ ମୁକ୍ତିଲାଭ
କୋରାପୁଟ: ଗ୍ରାମ୍ୟ ଜୀବନ, ଆମ କାହାଣୀ, ଆମ କଳାକାର ଓ ଆମ ଗୀତକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ସିନେମା ହଲ୍ରେ ମୁକ୍ତିଲାଭ କରିବ।ଯୁବ ନିର୍ଦ୍ଦେଶକ ଶ୍ରୀ ବିଶାଳ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଣ-ସିନେ କଳାକାରମାନଙ୍କୁ ନେଇ ଗ୍ରାମ୍ୟ ଜୀବନର ଚିତ୍ରଣ କରାଯାଇଛି। କମ୍ ବଜେଟ୍ରେ ନିର୍ମିତ ଏହି ଫିଲ୍ମ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ନେଇ ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଚଳଚ୍ଚିତ୍ରଟିକୁ ଶ୍ରୀ କୌସ୍ତୁକ ଦାସ ଓ ଶ୍ରୀରାମ ପଟ୍ଟନାୟକ ପ୍ରଯୋଜନା କରିଛନ୍ତି। ଏହାର କାହାଣୀକାର ଶ୍ରୀ ସୁଧାକର ପଟ୍ଟନାୟକ। ଯୁବ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ କଣ୍ଠଶିଳ୍ପୀ ଶ୍ରୀ ତୋଷ ନନ୍ଦ ମଧ୍ୟ ଏହି ଚଳଚ୍ଚିତ୍ର ସହ ଜଡ଼ିତ ଅଛନ୍ତି।ଏହି ଫିଲ୍ମକୁ ନେଇ ନିର୍ଦ୍ଦେଶକ ବିଶାଳ ପଟ୍ଟନାୟକ, କାହାଣୀକାର ସୁଧାକର ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ତୋଷ ନନ୍ଦଙ୍କ ଏକ ସୁନ୍ଦର ସାକ୍ଷାତକାର ନ୍ୟୁଜ୍ ସେଭେନ୍ରେ ପ୍ରସାରିତ ହୋଇଛି। ଏହି ସାକ୍ଷାତକାରରେ ଫିଲ୍ମର କାହାଣୀ, ନିର୍ମାଣ ଓ ଅନେକ ରୋଚକ ତଥ୍ୟ ସମ୍ପର୍କରେ ଜାଣିବାକୁ ମିଳିବ।ଦର୍ଶକଙ୍କ ପାଇଁ ଆହ୍ୱାନଆମ କାହାଣୀ, ଆମ କଳାକାର, ଆମ ଗୀତ ଓ ଆମ ଚଳଣିକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରକୁ ଆସନ୍ତୁ ଏକାଠି ଦେଖିବା।📅 ମୁକ୍ତି ତାରିଖ: ସେପ୍ଟେମ୍ବର ୧୮🎥 ଚଳଚ୍ଚିତ୍ର: ମାଳିପୁଟ ମେଲୋଡିଜ୍📍 ସ୍ଥାନ: ଆପଣଙ୍କ ନିକଟସ୍ଥ ସିନେମା ହଲ୍ଆପଣଙ୍କ ପାଖ ସିନେମା ହଲ୍କୁ ଯାଆନ୍ତୁ ଓ ଦେଖନ୍ତୁ ‘ମାଳିପୁଟ ମେଲୋଡିଜ୍’।Information Media | September18
