ନବବିବାହିତ ଯୁବକ ର ଆତ୍ମହତ୍ୟା।

ନବବିବାହିତ ଯୁବକ ର ଆତ୍ମହତ୍ୟା।

ନବବିବାହିତ ଯୁବକ ର ଆତ୍ମହତ୍ୟା।

ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସ ପୁର ଗ୍ରାମର ମନୋଜ ମହାରଣା ନାମକ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ମନୋଜ ଗତ ୪ ମାସ ପୁର୍ବରୁ ବାହା ହୋଇଥିଲେ ଓ ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଭାଇ ସଞ୍ଜୟ ଥାନା ରେ ଅଭିଯୋଗ କରିଛନ୍ତି। ମନୋଜ ଝୁଲୁଥିବା ଅବସ୍ଥାରେ ପରିବାର ଲୋକେ ଦେଖି ତାକୁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ମୃତ ମନୋଜ ର ଭାଇ ସଞ୍ଜୟ ର ଅଭିଯୋଗ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।