ଭେଡେନ ଅମୃତ୍ କୁଟୁମ୍ ତରଫରୁ ଏକ ଜରୁରୀକାଳୀନ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବସଷ୍ଟାଣ୍ଡ ସମ୍ମୁଖରେ ଭେଡେନ ଅମୃତ୍ କୁଟୁମ୍ ତରଫରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ରକ୍ତ ଭଣ୍ଡାର ମାନକଂ ରେ ରକ୍ତ ର ଅଭାବ ହୋଇଥାଏ, ତେଣୁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର ଠାରେ ରକ୍ତ ର ଅଭାବ ହେତୁ ରକ୍ତ ଭଣ୍ଡାର ପକ୍ଷରୁ ଭେଡେନ ଅମୃତ୍ କୁଟୁମ୍ କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ସେଥିପାଇଁ ଭେଡେନ ଅମୃତ୍ କୁଟୁମ୍ ର କାର୍ଯ୍ୟକାରୀ କମିଟି ବୈଠକ ନିଷ୍ପତ୍ତି କ୍ରମେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟକାରୀ କମିଟି ର ଉପଦେଷ୍ଟା ଉତ୍ପନ୍ନ କୁମାର ଭୋଇ, ଭବାନୀ ଶଙ୍କର ପାଢ଼ୀ, ବଂଶୀ ବେହେରା, ସୁରେନ୍ଦ୍ର ମଲ୍ଲିକ। ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା, ଉପସଭାପତି ରୁଦ୍ର ନାରାୟଣ ସାହୁ, ସଂପାଦକ ଭୀଷ୍ମ ସିଂ ଛନ୍ଦ, ସହ ସମ୍ପାଦକ ପ୍ରହଲ୍ଲାଦ ମେହେର, କୋଷାଧ୍ୟକ୍ଷ ଗୋପି ମେହେର, ସହ କୋଷାଧ୍ୟକ୍ଷ ଘନଶ୍ୟାମ ଅଗ୍ରୱାଲ, ଲଲିତ ସାହୁ, ପ୍ରଭାତ ସାହୁ, ଗୋପାଳ ଅଗ୍ରୱାଲ, ସୁରେନ୍ଦ୍ର ମେହେର ରକ୍ତ ଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ଅମୃତକୁଟୁମ ର ସକ୍ରିୟ ସଦସ୍ୟ ରାଜିବ ସରାଫ ପ୍ରଥମେ ରକ୍ତ ଦେଇ ଆରମ୍ଭ କରାଯାଇଥିଲା। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ଭ୍ରାମ୍ୟମାଣ ଯାନ ଦ୍ଵାରା ରକ୍ତଭଣ୍ଡାର ଅଧିକାରୀ ଡାଃ ତାପସ ତ୍ରିପାଠୀ, କାଉନସିଲର ମଣ୍ଟୁ ପ୍ରଧାନ, ଟେକନିସିଆନ ଦେବାଷିଶ ମିଶ୍ର ଓ ସହଯୋଗୀ ମାନେ ଜଣେ ମହିଳା ସମେତ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ପରିଶେଷରେ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।
