ବୟସ ୬୮ ବର୍ଷ ପାର୍ ତଥାପି ବୃଦ୍ଧା ରୂପ ଦିଗାଲଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇବା ରୁ ବଞ୍ଚିତ ..

ବୟସ ୬୮ ବର୍ଷ ପାର୍ ତଥାପି ବୃଦ୍ଧା ରୂପ ଦିଗାଲଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇବା ରୁ ବଞ୍ଚିତ ..

ବୟସ ୬୮ ବର୍ଷ ପାର୍ ତଥାପି ବୃଦ୍ଧା ରୂପ ଦିଗାଲଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇବା ରୁ ବଞ୍ଚିତ ..

କନ୍ଧମାଳ:୩୦/୦୮/୦୨୬.( ରିପୋର୍ଟ କୁନା ଦିଗାଲ )କାଗଜ,କଲମରେ ଯୋଜନା ଭାଷଣରେ ବିକାଶ,ଆଉ ବାସ୍ତବରେ ଯୋଗ୍ୟ ହିତାଧିକାରୀଙ୍କ ହାତ ଖାଲି । ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଓ ଅସହାୟ ଙ୍କ ପାଇଁ କୋଟି କୋଟି ଟଙ୍କାର ଯୋଜନା ଘୋଷଣା କରୁଥିବା ବେଳେ , ସେହି ଯୋଜନାର ସଫଳ ଯଦି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ନ ପହଞ୍ଚେ, ତେବେ ପ୍ରଶ୍ନ ଉଠିବା ସ୍ବାଭାବିକ। ହେଲେ ସରକାର ଯୋଜନା କାହା ପାଇଁ , ଗରିବ ଙ୍କ ପାଇଁ ନା କେବଳ ସରକାର ପ୍ରଚାର ପାଇଁ ? ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ କୁଏରୀମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ତିତେରିପାଲା ଗ୍ରାମର ଗରିବ ଓ ଅସହାୟ ବୃଦ୍ଧ ରୁପ ଦିଗାଲ ଙ୍କ ମାମଲା ରେ । ନିଜର ଅଭିଯୋଗ ଅନୁଯାୟୀ , ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ରେ ବୟସ ୬୮ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ବାର୍ଦ୍ଧକ୍ୟ ଭତ୍ତା ପାଇ ନାହାଁନ୍ତି। ସବୁ ଠାରୁ ଦୁଃଖର କଥା , ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ଫଳ ମିଳିନାହିଁ। ସରକାର ଦାବି ଅନୁଯାୟୀ କେହି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ। କିନ୍ତୁ ବାସ୍ତବ ଚିତ୍ର କହୁଛି ,ବୟସ ବଢ଼ି ବୃଦ୍ଧାବସ୍ଥା ଆସିଲା , ତଥାପି ଭତ୍ତା ର ଫାଇଲ୍ ର ” ବୟସ ” ସରିନାହିଁ। ଲାଗୁଛି ଭତ୍ତା ପାଇବାକୁ ୬୮ ନୁହେଁ ,ଅସୀମ ଧୈର୍ଯ୍ୟ ଦରକାର। ଏହି ଘଟଣା ପ୍ରଶାସନିକ ତତ୍ପରତା ଓ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି। ଗ୍ରାମବାସୀ ମାନେ ପ୍ରଶାସନଙ୍କୁ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରି ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ସହ ଏଭଳି ଅବହେଳା ପାଇଁ ଦାୟୀ ଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ପ୍ରଶ୍ନ ଏବେ ବି ସେଇଟି, ସରକାର ଯୋଜନା କେବଳ ପୋଷ୍ଟର, ବ୍ୟାନର ଓ ଭାଷଣ ପାଇଁ ନା ସତରେ ଗରିବଙ୍କ ଘରଦୁଆର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ?