ରାଇକିଆ ସୁଧାକିରଣ କଲେଜରେ ଖେଲୋଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ….

ରାଇକିଆ ସୁଧାକିରଣ କଲେଜରେ ଖେଲୋଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ....

ରାଇକିଆ ସୁଧାକିରଣ କଲେଜରେ ଖେଲୋଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ସୁଧ।କିରନ୍ କଲେଜରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଖେଲୋଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ସମଗ୍ର ଭାରତ ଏବଂ ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।କନ୍ଧମାଳ ଜିଲ୍ଲାରୁ ରାଇକିଆ ସୁଧ।କିରନ୍ କଲେଜ କୁ ମନୋନୀତ କରିଥିଲେ ଏଥିରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ ସିଧାସଳଖ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସଙ୍ଗେସଙ୍ଗେ ବାର୍ତ୍ତାଳାପ କରିଥିଲେ । ଆମ ଜିଲ୍ଲାରୁ ଫୁଟ ବଲ ରେ ଜାତୀୟ ସ୍ତରରେ ଖେଳିଥିବା ରଞ୍ଜନ ବିନ୍ଧାଣୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ମୁଖ୍ୟ ଅତିଥିଭାବେ ଖଜୁରୀପଡ଼ା ବିଡିଓ ଦତ୍ତାତ୍ରେୟ ବାହିନୀ ପତି ଯୋଗଦେଇ କ୍ରୀଡ଼ାର ମହତ୍ଵ,ନିଜେ ଶୃଙ୍ଖଳିତ ରହି ଅଧ୍ୟବସାୟ କଲେ ସଫଳତା ପାଇପାରିବ ବୋଲି ବକ୍ତବ୍ୟ ଦେଇଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ଡ. ଶ୍ୟାମ ସୁନ୍ଦର ଡ।ଙ୍ଗୁଆ ସଭାପତିତ୍ୱ କରିଥିବାବେଳେ ଜାତୀୟ ସେବାଯୋଜନର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିଳାଞ୍ଚଳ ସାହୁ ପରିଚାଳନା କରିଥିଲେ ।ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ ,ବିଭୂଷଣ ପ୍ରଧାନ,ଅଧ୍ୟାପିକା ବିଷ୍ଣୁପ୍ରିୟା ବେହେରା,ମାଇଁ ଭାରତ ର ଦୁଇଜଣ ସ୍ୱେଚ୍ଛାସେବୀ, ନିହାର ରଞ୍ଜନ ପ୍ରଧାନ,ଜଗନ ମଲ୍ଲିକ ଓ କଲେଜର ବହୁ ଛାତ୍ରଛାତ୍ରୀଯୋଗ ଦେଇଥିଲେ ।