ପଧାନପଡ଼ା ଠାରେ କଳା ସଂସ୍କୃତି ପରିଷଦ ଯୁବକ ସଂଘ ତରଫରୁ ରାମ ହନୁମାନ ଯୁଦ୍ଧ ପୌରାଣିକ ନାଟକ ଅନୁଷ୍ଠିତ..

ପଧାନପଡ଼ା ଠାରେ କଳା ସଂସ୍କୃତି ପରିଷଦ ଯୁବକ ସଂଘ ତରଫରୁ ରାମ ହନୁମାନ ଯୁଦ୍ଧ ପୌରାଣିକ ନାଟକ ଅନୁଷ୍ଠିତ..

ପଧାନପଡ଼ା ଠାରେ କଳା ସଂସ୍କୃତି ପରିଷଦ ଯୁବକ ସଂଘ ତରଫରୁ ରାମ ହନୁମାନ ଯୁଦ୍ଧ ପୌରାଣିକ ନାଟକ ଅନୁଷ୍ଠିତ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ପଧାନପଡ଼ା ଗ୍ରାମରେ ପଧାନପଡ଼ା ରଙ୍ଗୀନ ରଙ୍ଗମଞ୍ଚ ଯାତ୍ରା ପଡ଼ିଆ ଠାରେ ଗଣେଶ ପୂଜା ଉପଲକ୍ଷେ କଳା ସଂସ୍କୃତି ପରିଷଦ ଯୁବକ ସଂଘ ପଧାନପଡ଼ା କମିଟି ତରଫରୁ ପାରିବାରିକ ଓ ଭାବଧାରାକୁ ନେଇ ବହୁତ ଚର୍ଚ୍ଚିତ ସୁ ପ୍ରସିଦ୍ଧ ପୌରାଣିକ ନାଟକ *‘ରାମ ହନୁମାନଯୁଦ୍ଧ ’ର ନାଟକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ମଞ୍ଚାସିନ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ମୁଖ୍ୟ ବକ୍ତା ସ୍ଥାନୀୟ ସରପଞ୍ଚ ଶ୍ରୀ କର୍ଣ୍ଣେଲ କହଁର, ସଂମ୍ମାନିତ ଅତିଥି ପୂର୍ବତନ କଂଗ୍ରେସ ଯୁବ ସଭାପତି ଶ୍ରୀ ଚନ୍ଦନ ପଣ୍ଡା, ରାଘବ ମଲିକ, ନାଏବ ସରପଞ୍ଚ ମହାଶୟା ,ଗ୍ରାମ୍ୟ ମୁଖ୍ୟ ଶ୍ରୀ ଦେବଶ୍ୱର ପ୍ରଧାନ, ୱାର୍ଡ଼ ମେମ୍ବର ଶ୍ରୀ ସାମେସ୍ୱର ଦିଗାଲ,ପରିଷଦର ସଭାପତି ଶ୍ରୀ ଜଶି ଦିଗାଲଙ୍କ ସମେତ ପରିଚାଳନା କମିଟିର ସଦସ୍ୟ,ଜୟନ୍ତ ବେହେରା, ଗଣେଶ ପୂଜା କମିଟି ର ସଭାପତି ଲିପନ ଦିଗାଲ, ସମ୍ପାଦକ ପ୍ରଭାକର ପ୍ରଧାନ, ସିଲୁ ମଲିକ,ଉତ୍ସବ ବଗର୍ତି, ସିଦ୍ଧାନ୍ତ ଦିଗାଲ, ରମେଶ କହଁର,ନାଟ୍ୟ ସଂଘର ସମସ୍ତ ସଦସ୍ୟ ଓ କଳାକାରମାନେ, ଗ୍ରାମର ସମସ୍ତ ବୁଦ୍ଦିଜୀବୀ,ଉପସ୍ଥିତ ରହି ପୌରାଣିକ ନାଟକ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥିଭାବେ ଶ୍ରୀମତୀ ପ୍ରଧାନ, ସଂମ୍ମାନିତ ଅତିଥିଙ୍କ ଦ୍ୱାରା ପୂର୍ବବର୍ଷ ର ରହିଥିବା ଦର୍ଶକଙ୍କ ଆଶା ଲୋଟେରୀ ଉଠାଣ କରାଯାଇଥିଲା, ପ୍ରଥମ ପୁରସ୍କାର ବାଇକ, ଦ୍ୱତୀୟ ପୁରସ୍କାର ପ୍ରିଜି, ତୃତୀୟ ପୁରସ୍କାର ମୋବାଇଲ ୩ଜଣ ଙ୍କ ନାମ କୁ ସର୍ବ ସମ୍ମୁଖରେ ପ୍ରକାଶ କରାଗଲା l ନାଟକର ସଫଳ ମଞ୍ଚାୟନ, କଳାକାରଙ୍କ ଭୂମିକା ଓ ପ୍ରତିବର୍ଷ ସାମାଜିକ ନାଟକ ହେଉଥିଲା କିନ୍ତୁ ଏହି ବର୍ଷ ପୌରାଣିକ ନାଟକ ହେଲା ଏହା ଏକ ଖୁସିର କଥା ଯାହା ଆଗାମୀ ପ୍ରସ୍ତୁତି ସର୍ବଦା ଏହି କଳା ଓ ଭାଇ ଚାରା ରହିବା ପାଇଁ ଅତିଥି ବୃନ୍ଦ ନିଜର ବକ୍ତବ୍ୟ ରଖିଥିଲେ । ଏହି ନାଟକ ମଞ୍ଚକୁ ସୁନ୍ଦର ଭାବରେ ଶ୍ରୀ ରାଜେଶ ଦିଗାଲ ପରିଚାଳନା କରିଥିଲେ l ଶେଷରେ ଯୁବକ ସଂଘ ସଭାପତି ଜଶି ଦିଗାଲ ସଭାଟିକୁ ସାଙ୍ଗ କରି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ‘ରାମ ହନୁମାନ ଯୁଦ୍ଧ ’ ଏକ ପୌରାଣିକ ନାଟକ ହୋଇଥିବାରୁ ଏହା ଦର୍ଶକଙ୍କୁ ମନୋରଞ୍ଜନ ସହିତ ସମାଜ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଓ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲା । ନାଟକର ଆଗାମୀ ଆଦର୍ଶ କଳା ପରିଷଦ ତରଫରୁ ଏକ ନୁଆଁ ରୂପରେ ଭେଟି ଦେବାକୁ ଯାଉଛି ଯାତ୍ରାମଞ୍ଚ ରେ ନାଟକ “ଗୋଟେ ଶୁଆ ଗୋଟେ ଶାରୀ “ମଞ୍ଚାୟନକୁ ନେଇ ଟିକାବାଲି ଅଞ୍ଚଳର କଳାପ୍ରେମୀ ଓ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଓ ଅପେକ୍ଷାର ପରିବେଶ ସୃଷ୍ଟି ହୋଇଛି।