କଇଁଝର ଗ୍ରାମ ରେ ଗଣେଶ ପୂଜା ଉପଲକ୍ଷେ ପୌରାଣିକ ନାଟକ ଭାରତ ନୀଳା ମଞ୍ଚସ୍ଥ….
କନ୍ଧମାଳ :୧୬/୨୬ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ କଇଁଝର ଗ୍ରାମ ପଂଚାୟତ ନିକଟରେ ଗଣେଶ ପୂଜା ଉପଲକ୍ଷେ ମା ବରାଳ ଦେବୀ ପୀଠ ଠାରେ ସୁଦୂର ଗଞ୍ଜାମ ଜିଲ୍ଲାର ଭାରତ ଲୀଳା ନାଟକ ମଞ୍ଚସ୍ଥ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୁନିତା କହଁର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦେଇ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ବିରୁପାକ୍ଷ ନାୟକ, ସମିତିସଭ୍ୟା ମିନତୀ କହଁର, ବିଜେପି ମଣ୍ଡଳ ସଭାପତି କପିଳାସ କହଁର,ଯୋଗାଣ ସହାୟକ ସୁକାନ୍ତ କୁମାର ଦିଗାଳ, ଗାଁ ମୁଖିଆ ବିଜୟ କୁମାର ବିଷୋୟୀ,ବରାଳ ଦେବୀ ପୂଜକ ଵୀର ବିଷୋୟୀ , ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସାମଲ,ବିପିନ ବିହାରୀ ପାତ୍ର ଙ୍କ ସହ ରଙ୍କ ନିଧି ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ବରାଳ ଦେବୀ ଯୁବକ ସଂଘ ଆୟୋଜନ କରିଥିଲେ। ସଙ୍ଘ ର ସଭ୍ୟ ଓ ଗ୍ରାମବାସୀ ମନେ ସହଯୋଗ କରିଥିଲେ। ଏଥିରେ ବହୁତ ଜନ ସମାଗମ ଦେଖିବାକୁ ମିଳିଥିଲା।।
