ଗଞ୍ଜାମ ଜିଲ୍ଲା ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ l
ଆସିକା:(୨୩/୫/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ଗଡର ବଡ଼ଦାଣ୍ଡ ସାହି ନିବାସୀ ସ୍ୱର୍ଗତ ତ୍ରିନାଥ ଗୌଡ଼ ଙ୍କ ଧର୍ମପତ୍ନୀ କୁନ୍ଦନ ଗୌଡ଼ ( ୯୦) ଙ୍କ ର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ପୁଅ ସୁରେଶ, ସାନ ପୁଅ ଅଶୋକ,ଝିଅ ସୁବାସିନୀ, ସୁଷମା ଙ୍କ ସମେତ ଛଅ ଜଣ ନାତି ଓ ତିନି ଜଣ ନାତୁଣୀ ଉପସ୍ଥିତ ରହିଥିଲେ। ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ମହିଳା ଭାବରେ ସେ ଧରାକୋଟ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
