ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର : ଲଡକାପଲ୍ଲୀ ବାଙ୍କ ନିକଟରେ ଅଟୋ କୁ ଧକ୍କା ଦେଲା ବସ, 6 ମୃତ, ତିନି ରୁ ଉର୍ଦ୍ଧ ଗୁରୁତର
ପୁରୁଷୋତ୍ତମ ପୁର:-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ବାଙ୍କ ରେ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି l ଗୋଟିଏ ଯାତ୍ରୀ ବହି ଅଟୋ କୁ ଧକ୍କା ଦେବାପରେ ଘୋଷାଡ଼ି ନେଇ ରସ୍ତା କଡ଼ ଗଛରେ ପିଟିଲା ବସ l ଦୁର୍ଘଟଣା ରେ ଅଟୋରେ ବସିଥିବା ଛଅ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ରୁ ଉର୍ଦ୍ଧ ଗିରୁତର ହୋଇଛନ୍ତି l ତେବେ ମୃତ ଓ ଗୁରୁତର ମାନେ ଚିକିଟି ସୋରଳ ନିକଟ ଏରେଣ୍ଡ୍ରା ଅଞ୍ଚଳର ହୋଇଥିବା ବେଳେ ସମସ୍ତେ ଗୋଟିଏ ପରିବାର ର ହୋଇଥିବା ଜଣାପଡିଛି l ପାଖାପାଖି 10 ଯାତ୍ରୀ ଅଟୋରେ ସିଂହାସନି ମନ୍ଦିର ଅଭିମୁଖେ ଯିବା ସମୟରେ ବିପରୀତ ଦିଆଗରୁ ଆସୁଥିବା ବସ ଧକ୍କା ଦେଇ ଫେରାର ମାରିଥିଲା l ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କୁ ଖବର ଦେବା ସହ ସମସ୍ତଙ୍କୁ ଉଧାରକରୀ ଚିକିତ୍ସା ନମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
