୨୩ତମ ବରଗଡ଼ ପୁସ୍ତକ ମେଳାରେ ନିଷ୍ଠା ପରିବାର ର ରକ୍ତଦାନ ଶିବିର #୩୩ୟୁନିଟ୍ ରକ୍ତ ସଂଗୃହୀତ
ବରଗଡ ୨୮,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ୨୩ତମ ପୁସ୍ତକ ମେଳା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାନବ ସେବା ହିଁ ମାଧବ ସେବା। ରକ୍ତଦାନ ମହତ୍ ଦାନ ଏବଂ ଜଣେ ରକ୍ତଦାତା ଅନ୍ୟ ଜଣଙ୍କ ଜୀବନରେ ନୂତନ ଆଶାର ସଞ୍ଚାର କରିଥାଏ। ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ୨୩ତମ ବରଗଡ଼ ପୁସ୍ତକ ମେଳା ଅବସରରେ ନିଷ୍ଠା ପରିବାର ଓ ଗାନ୍ଧୀ ସ୍ମୃତି ପାଠାଗାର, ବରଗଡ଼ର ମିଳିତ ଆନୁକୂଲ୍ୟରେ ଜର୍ଜ ହାଇସ୍କୁଲ ପଡ଼ିଆଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି।ଏହି ଶିବିରକୁ ଗାନ୍ଧୀ ସ୍ମୃତି ପାଠାଗାରର ଉପ ସଭାପତି ସ୍ୱର୍ଗତ ମନ ମାଷ୍ଟ୍ରେ ଓ ସମ୍ପାଦକ ଶ୍ରୀ ରବି ନାରାୟଣ ପଣ୍ଡା ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏଥି ସହିତ ସେମାନେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଏଭଳି ମହତ୍ କାର୍ଯ୍ୟର ପ୍ରଶଂସା କରିଥିଲେ।ପୁସ୍ତକ ମେଳାକୁ ଆସିଥିବା ଅନେକ ପାଠକ ଓ ପାଠିକା ଏହି ମହତ୍ କାର୍ଯ୍ୟରେ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇ ରକ୍ତଦାନ କରିଥିଲେ। ବିଶେଷ କରି ମହିଳା ରକ୍ତଦାତା ମାନଙ୍କର ଉତ୍ସାହ ଓ ଆଗ୍ରହ ଏହି ଶିବିରକୁ ଆହୁରି ଉତ୍ସାହପୂର୍ଣ୍ଣ କରିଥିଲା।
ଏହି ଶିବିରରୁ ସର୍ବମୋଟ #୩୩ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା।ଶିବିର ର ସୁପରିଚାଳନାରେ ନିଷ୍ଠା ପରିବାରର ଉପସଭାପତି ଶ୍ରୀ ସଚି ପଣ୍ଡା, ଉପଦେଷ୍ଟା ଶ୍ରୀ ଆଶିଷ କର, କ୍ଷୀରୋଦ୍ର ସାହୁ, ବିଦ୍ୟାଧର ଭୋଇ, ରାତ୍ର ପ୍ରଧାନ, ବୁଲୁ ଶତପଥୀ, ସମ୍ପାଦକ ଶ୍ରୀ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା, ସୂତପା ଗଡ଼ତିଆ, ଅମିତ ଭୋଇ, ରାଜ କିଶୋର ପଟ୍ଟନାୟକ, ଆଶିଷ ମହାପାତ୍ର,ଦଶରଥ ସାହୁ ,ଶୁଭ୍ରାଂଶୁ ସରାଫ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ମାନେ ସକ୍ରିୟ ସହଯୋଗ କରିଥିଲେ।ପରିଶେଷରେ, ଏହି ମହତ୍ କାର୍ଯ୍ୟକୁ ସଫଳ କରିଥିବା ସମସ୍ତ ରକ୍ତଦାତା, ସହଯୋଗୀ, ଶୁଭେଚ୍ଛୁ ଏବଂ ଗାନ୍ଧୀ ସ୍ମୃତି ପାଠାଗାର ର ସମସ୍ତ କର୍ମକର୍ତ୍ତା ଙ୍କୁ ନିଷ୍ଠା ପରିବାର ପକ୍ଷରୁ ଅନ୍ତରିକ ଧନ୍ୟବାଦ ଓ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ।
