ଗଞ୍ଜାମ ଜିଲ୍ଲା କଂଗ୍ରେସ ନାମରେ ଫେସବୁକରେ ନକଲି ଆଇଡି ଖୋଲି ବନ୍ଧା ହେଲେ ଯୁବକ
ଗଣେଶ ପାଣିଗ୍ରାହୀ ରିପୋର୍ଟ ଧରାକୋଟ ୧୩/୦୮/୨୦୨୬ :- କଂଗ୍ରେସ ନାମରେ ନକଲି ଫେସବୁକ ଆଇଡି ଖୋଲି ଫସିଲେ ପବିତ୍ର ମହାଙ୍କୁଡ ଯାହାଙ୍କ ଘର ଧରାକୋଟ ବ୍ଲକ ଅନ୍ତର୍ଗତ କୁଶରବ ଗ୍ରାମରେ ବୋଲି ଜଣାପଡିଛି | ସୂଚନା ଅନୁଯାଇ ଏକ ମାସ ପୂର୍ବେ ଶ୍ରଧାପୁର ପଞ୍ଚାୟତ ନିଯ୍ୟାୟ ସରପଞ୍ଚ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ପ୍ରଧାନ କଂଗ୍ରେସ ନାମରେ ଖୋଲାଯାଇଥିବା ନକଲି ଫେସବୁକ ଆଇଡିରେ ତାଙ୍କ ନାମରେ ଅନେକ ଭିତି ହୀନ ପୋଷ୍ଟ ଆସୁଥିବାରୁ ତାହାକୁ ଆଧାର କରି ଆକ୍ରୋଶ ମୂଳକ ଭାବେ ବରିଗୁଡା ଗ୍ରାମ ନିବାସୀ ରଞ୍ଜନ ପ୍ରଧାନଙ୍କ ନାମରେ ଧରାକୋଟ ଥାନାରେ ଏତେଲା ଦେଇଥିଲେ | ଉକ୍ତ ଏତେଲାକୁ ଆଧାର କରି ଧରାକୋଟ ଥାନା ଆଧିକାରିଣୀ ଚନ୍ଦ୍ରିକା ସ୍ୱାଇଁ ଉକ୍ତ ରଞ୍ଜନ ପ୍ରଧାନଙ୍କୁ ଥାନାକୁ ଡକାଇ ପଚରା ଉଚରା କରି ଲିଖିତ ଭାବେ ଆଗକୁ ତଦନ୍ତରେ ସାହାଯ୍ୟ କରିବା ପାଇଁ ଛାଡିଥିବା ଜଣ ପଡିଛି | ଉକା ଘଟଣାର ତଦନ୍ତ କରି ଧରାକୋଟ ଥାନା ଆଧିକାରିଣୀ ଚନ୍ଦ୍ରିକା ସ୍ୱାଇଁ ଆଜି ପ୍ରକୃତ ଦୋଷୀଙ୍କୁ ଧରିବାରେ ସଫଳ ହୋଇଥିବା ସୂଚନା ଦେଇଛନ୍ତି | ଉକ୍ତ ଆସାମୀକୁ ପଚରା ଉଚରା କରିବାରୁ ସେ ନିଜ ଦୋଷ ସ୍ୱୀକାର କରିଥିବା ସହ ଆକ୍ରୋଶ ମୂଳକ ଭାବେ ଏଭଳି କାର୍ଯ୍ୟ କରିଥିବା ପୋଲିସଙ୍କୁ ଜଣାଇଛି | ଦୋଷୀର ବୟାନ ରେକର୍ଡ କରି ଥାନାରେ ୨୭୦/୨୬ ଏତଲା ଆଧାର ୨୭୫(୨) ବି.ଏନ.ଏସ ,୬୭ (ଏ.ଆଇ.ଟି),୩୧୮(୨),୭୫(୨),୭୮(୨) ବି.ଏନ.ଏସ ଧାରା ଅନୁସାରେ ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡିଛି | ଉକ୍ତ ଘଟଣାର ଆହୁରି ତଦନ୍ତ ପରିସର ଭୁକ୍ତ କରାଯିବା ନେଇ ସନ୍ଦେହେ ସୃଷ୍ଟି ହୋଇଛି |ଧରାକୋଟରୁ ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ
