କୋରାପୁଟ ଗସ୍ତରେ ରାଜ୍ୟମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକମତ୍ସ୍ୟ, ପ୍ରାଣୀ ସମ୍ପଦ ଓ MSME ଯୋଜନାର କରିବେ ସମୀକ୍ଷା
କୋରାପୁଟ, ୨୦ ସେପ୍ଟେମ୍ବର:ମାନ୍ୟବର ରାଜ୍ୟମନ୍ତ୍ରୀ (ସ୍ୱାଧୀନ), ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ବିଭାଗ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି ଜୟପୁର ବିମାନ ବନ୍ଦରରେ ପହଞ୍ଚିଛନ୍ତି।ଜିଲ୍ଲା ପ୍ରଶାସନ, କୋରାପୁଟ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ଜୟପୁର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି।ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜିଲ୍ଲାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଏବଂ ଏମ୍ଏସ୍ଏମ୍ଇ ବିଭାଗ ଅଧୀନରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରିବେ।ଏଥିସହ ଯୋଜନାର ଅଗ୍ରଗତି, ଲାଭାନ୍ୱିତଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚୁଛି କି ନାହିଁ ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ।ମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜିଲ୍ଲାର ମତ୍ସ୍ୟଚାଷୀ, ପଶୁପାଳକ, ଉଦ୍ୟୋଗୀ ଓ MSME କ୍ଷେତ୍ର ସହ ଜଡିତ ଲୋକଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।INFORMATION MEDIA | KORAPUTସ୍ଥାନୀୟ ଖବର, ଲୋକଙ୍କ ସ୍ୱର
