କାଳବୈଶାଖୀର ତାଣ୍ଡବ , କ୍ଷତିଗ୍ରସ୍ତଙ୍କ ପାଖକୁ ପହଞ୍ଚିଲାନି ପ୍ରଶାସନ ।
ଗଜପତି,26.5(ମନୋଜ ପାଢ଼ୀ) କାଳବୈଶାଖୀ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି । ହଠାତ୍ ପ୍ରବଳ ବେଗରେ ପବନ ବହିବାରୁ ଗ୍ରାମର କାନ୍ଦୁରୁ ନାୟକଙ୍କ ଘରର ଦୁଲା କାଠ ଭାଙ୍ଗି ଟିଣ ଉଡ଼ି ଘରକୁ ଆସିଥିବାବେଳେ କିଛି ପାରିବାରିକ ସମ୍ପର୍କୀୟଙ୍କ ଉପରେ ଟିଣ ଓ କାଠ ପଡ଼ିଯିବାରୁ ଆହତ ହୋଇଛନ୍ତି । କାଳବୈଶାଖୀ ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି । ହଠାତ୍ ପ୍ରବଳ ବେଗରେ ପବନ ବହିବାରୁ ଗ୍ରାମର କାନ୍ଦୁରୁ ନାୟକଙ୍କ ଘରର ଦୁଲା କାଠ ଭାଙ୍ଗି ଟିଣ ଉଡ଼ି ଘରକୁ ଆସିଥିବାବେଳେ କିଛି ପାରିବାରିକ ସମ୍ପର୍କୀୟଙ୍କ ଉପରେ ଟିଣ ଓ କାଠ ପଡ଼ିଯିବାରୁ ଆହତ ହୋଇଛନ୍ତି ।ଆହତମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଖବର ପାଇ ଗୁରୁତର ଓ ଆହତ ମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କ ଚିକିତ୍ସା ଚାଲୁରହିଛି । ଗ୍ରାମର ସନ୍ତୋଷ କୁମାର ନାୟକ ଓ ଅଜୟ ମଳିକଙ୍କ ଘରର ଟିଣ ମଧ୍ୟ ଉଡ଼ିଯାଇଛି । ସମସ୍ତେ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଅପରପକ୍ଷେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିବା ଓ ସହାୟତା କରିନଥିବା କ୍ଷତିଗ୍ରସ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
