ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମାଜସେବୀ ସ୍ଵର୍ଗତ ରେବତୀ କୁଅଁର କଂ ୧୯ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମାଜସେବୀ ସ୍ଵର୍ଗତ ରେବତୀ କୁଅଁର କଂ ୧୯ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି, ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଏ୭.୨୧ ଡିସିମିଲ ଦାନ କରିଥିଲେ। ବରଗଡ- ୨୫,୫(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ କଂ ପୌରହିତ୍ଯରେ, ପ୍ରଥମେ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମାଜସେବୀ ସେବତୀ କୁଅଁର ସମାଧି ଠାରେ ଅଧ୍ୟକ୍ଷା ସମେତ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ /ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ରହି ଧୂପଦୀପ, ପୁଷ୍ପମାଲ୍ୟ ଅର୍ପଣ, ନିରବ ପ୍ରାର୍ଥନା ଓ ସ୍ଵର୍ଗତ ସେବତୀ କୁଅଁର କଂ ଶ୍ରୁତିଚାରଣ କରିଥିଲେ। ରେମଣ୍ଡା ମାଧ୍ୟମିକ ବିଦ୍ୟାଳୟ ର ବରିଷ୍ଠ କିରାଣୀ ଅର୍ଜୁନ ଦୋରା,ଅନୁପ କୁମାର ଭୋଇ, ସୁଜିତ ସାହୁ, ରବିନାରାୟଣ ବଘାର, ଅର୍ଜୁନ ପ୍ରଧାନ,ଫନିଦ୍ର ମିରିଗ, ଉମେଶ ରାଉତିଆ, ଶିବ ସାହୁ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମାଜସେବୀ ସ୍ଵର୍ଗତ ରେବତୀ କୁଅଁର କଂ ୧୯ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
