ସାଇବାବା ଙ୍କ ଜନ୍ମ ଦିନ ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ସାଇବାବା ଙ୍କ ଜନ୍ମ ଦିନ ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ସାଇବାବା ଙ୍କ ଜନ୍ମ ଦିନ ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ(ଭବାନୀ ଶଙ୍କର ପାଢ଼ୀ) ତା-୨୩-୧୧-୨୦୨୬ରିଖ (ସୋମ ବାର)ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡା ପାଲି ଗ୍ରାମ ପଞ୍ଚାୟତ ର ଖଲିଆପାଲି ଗ୍ରାମ ରେ ସତ୍ୟ ସାଇ ସେବା ସମିତି ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୂଖ୍ୟ ଅତିଥି ଭାବରେ ୱାର୍ଡ ମେମ୍ବର ଶ୍ରୀ ସୁଶାନ୍ତ ବରିହା, ସଞ୍ଜୀବ ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅତ୍ୟନ୍ତ ଉତ୍ସାହ ର ସହ ସାଇ ବାବା ଙ୍କ ଜନ୍ମ ଦିନ ପାଳନ କରିବା ସହ ସମସ୍ତେ ସ୍ୱତଃ ସ୍ବେଚ୍ଛାକୃତ ରକ୍ତ ଦାନ କରିଥିଲେ। ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ମାନଙ୍କ ସହ ଖଲିଆ ପାଲି ଗ୍ରାମବାସୀ ମଧୁସୁଦନ ପଧାନ, ଲିଲୁ ସାହୁ, ପ୍ରଫୁଲ୍ଲ ନାୟକ, ରୂପେଶ ପଧାନ ଓ ଅନ୍ୟ ମାନେ ସୁପରିଚାଳନା କରିଥିଲେ।

ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ସତ୍ୟ ସାଇ ସେବା ସମିତି କୁ ଆମ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।